କ୍ଷୀରର ରଙ୍ଗ ସାଧାରଣତଃ ଧଳା ହୋଇଥାଏ । ଅନେକ ସମୟରେ କ୍ଷୀରର ରଙ୍ଗକୁ ନେଇ ଉଦାହରଣ ବି ଦିଆଯାଇଥାଏ । ଯେମିତି କି, କ୍ଷୀର ଭଳି ଧଳା, କ୍ଷୀର ଭଳି ସଫା ଆଦି ଉଦାହରଣ ଦିଆଯାଇଥାଏ ।ସମସ୍ତେ ଜାଣିଛନ୍ତି ଯେ, କ୍ଷୀରର ରଙ୍ଗ ଧଳା ।
ସେ ଯେତେ ବଡ ପଶୁ ହୋଇଥାଉ ନା କାହିଁକି ଆଉ ଯେଉଁ ରଙ୍ଗର ହୋଇଥାଉ ନା କାହିଁକି ସମସ୍ତ କ୍ଷୀରର ରଙ୍ଗ ଧଳା ହୋଇଥାଏ ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ବରେ ଏମିତି ବି ଏକ ପଶୁ ରହିଛି ଯାହାର କ୍ଷୀର ଧଳା ନୁହେଁ ବରଂ କଳା ।ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି ଏକ ପଶୁ ଅଛି ଯାହାର କ୍ଷୀରର ରଙ୍ଗ ପୂରାପୂରି ଭାବେ କଳା । ଆଉ ପୋଷଣରେ ଭରପୂର ସେହି କଳା କ୍ଷୀର ।ସେହି ଜୀବର ରଙ୍ଗ କଳା ଆଉ କ୍ଷୀର ବି କଳା ।
ଆଉ ସେହି ଜୀବ କୌଣସି ବିରଳ ନୁହେଁ ବରଂ ସମସ୍ତେ ଜାଣିଥିବା ଜୀବ ।ଜାଣି ଆଶ୍ଚର୍ଯ୍ୟ ହେବେ ଗଣ୍ଡା ବା ରିହାନୋର କ୍ଷୀରର ରଙ୍ଗ କଳା । ତେବେ ସମସ୍ତ ଗଣ୍ଡା କଳା କ୍ଷୀର ଦେଇନଥାନ୍ତି ।ଆଫ୍ରିକୀୟ ଜଙ୍ଗଲରେ ରିହାନୋସେରୋସ୍ ନାମକ ଏକ ବିରଳ ପ୍ରଜାତି ଦେଖାଯାନ୍ତି । ସେମାନଙ୍କ ରଙ୍ଗ କଳା ହୋଇଥିବା ବେଳେ କଳା ରଙ୍ଗର କ୍ଷୀର ଦେଇଥାନ୍ତି ।ଏହି ବିରଳ ପ୍ରଜାତିର ଗଣ୍ଡା ରିହାନୋସେରୋସ୍ କେବଳ ଆଫ୍ରିକୀୟ ଜଙ୍ଗଲରେ ହିଁ ଦେଖିବାକୁ ମିଳିଥାନ୍ତି ।
ବିଶ୍ବର ଅନ୍ୟ କୌଣସି ସ୍ଥାନରେ ଏହି ପ୍ରଜାତି ଦେଖାଯିବାର ପ୍ରମାଣ ନାହଁ ।ତେବେ ଏହି ପ୍ରଜାତିର ଗଣ୍ଡା କିଭଳି କଳା ରଙ୍ଗର କ୍ଷୀର ଦେଇଥାନ୍ତି ସେ ନେଇ ବୈଜ୍ଞାନିକମାନେ ବି ସନ୍ଧାନ ପାଇ ପାରିନାହାନ୍ତି ।