ତରବରିଆ ଭାବେ ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ଫଳରେ ସାଧାରଣ ଲୋକଟିଏ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଜରୁରୀ କାଳୀନ ସେବା ପାଇଁ ସାଧାରଣ ଜନତା ନୂଆ ରୁ ପୁରୁଣା ମେଡିକାଲ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି।
ଆଜି ସେମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳ ପାଖାପାଖି ୯ ଟା ସମୟରୁ ଆସିଥିବା କ୍ୟାନସର ରୋଗୀ ଦୀର୍ଘ ସମୟ ଅପେକ୍ଷା ପରେ ଅତି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ “କେମୋ” ନେଉଥିଲେ। ଆମେ ବିଭାଗୀୟ ଅଧିକାରୀ ଙ୍କୁ ଏ ବିଷୟରେ ପଚାରିବାରୁ ତାଙ୍କ ପାଖରେ ଏ ନେଇ ସୂଚନା ନଥିବା ଜଣାଇଥିଲେ।
ନୂତନ ବହୁତଳ ବିଶିଷ୍ଟ ମେଡିକାଲ ରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଥିଲେ ମଧ୍ୟ ” କେମୋଥେରାପି “ଭଳି ଏକ ସମ୍ବେଦନଶୀଳ ଚିକିତ୍ସା କିପରି ଏପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ କରାଯାଉଛି ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର ଏସବୁ କଥାର ସମାଧାନ ନହେଲେ ଖୁବ୍ ଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ଜବାବ ତଲବ କରାଯିବ ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକରୁ ପ୍ରଭାତ ବିଜୟଙ୍କ ରିପୋର୍ଟ ଆରସିଏନ୍ ଓଡ଼ିଆ।