ଚଳିତ ବର୍ଷ ହାଇସ୍କୁଲ ପରିକ୍ଷା ରେ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଲୁଙ୍ଗା ଶ୍ରୀ ଧର ଏକାଦଶୀ ହାଇସ୍କୁଲ ର A1ପାଇଥିବା ୪ ଜଣ ଛାତ୍ର ଙ୍କୁ ବିଧାୟକ ଅଶୋକ ଦାସ ଭେଟିଛନ୍ତି । ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗକୁ ଉନ୍ନତି କାମନା କରିଛନ୍ତି । ସୂଚନା ଥାଉକି ଏହି ଚାରି ଜଣ ବିଦ୍ୟାର୍ଥି ବ୍ଳକ୍ ର a 1 ପାଇଥିବା ପିଲା ମାନଙ୍କ ସିରିଏଲ୍ ମଧ୍ୟରେ ଚାରି ଜଣ ଅଛନ୍ତି।
ଏମାନଙ୍କ ମଧ୍ୟରେ ବ୍ଳକ୍ ର ପ୍ରଥମ 561 ନମ୍ୱର ସହ ହୋଇଛନ୍ତି ମଳୟ ରଞ୍ଜନ ବେହେରା,, ଦ୍ୱିତୀୟ 560 ନମ୍ୱର୍ ସହ ହୋଇଛନ୍ତି ଚିରାଗ ଜେନା, ଶୁଭଙ୍କର ନାୟକ 551 ନମ୍ୱର୍ ସହ ତୃତୀୟ ହୋଇଛନ୍ତି, ସେହିପରି ଚତୁର୍ଥ 549 ନମ୍ୱର୍ ସହ ହୋଇଛନ୍ତି ହିମାଂଶୁ ମହାପାତ୍ର। ଏହି ପଞ୍ଚାୟତର ଚାରିଜଣ ପିଲାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି।