ପାରଳାଖେମୁଣ୍ଡି ସହରରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ତାପମାତ୍ରା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଲୋକମାନେ ତୃଷା ନିବାରଣ ସକାଶେ ତରଭୁଜ, ଆଖୁରସ ,ଜୁଶ, ଲେମ୍ବୁପାଣି, ମୃଦୁ ପାନୀୟ ତୃଷା ନିବାରଣ ସକାଶେ ବ୍ୟବହାର କରିଥିବା ବେଳେ ବର୍ତ୍ତମାନ ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ତାଳ ସଜର ବିକ୍ରିବଟା ହେଉଥିବାର ଦେଖିବାକୁ ମିଳିଛି।
ଆଧୁନିକତାରେ ହଜିଯାଇଥିବା ମଣିଷଟି ମୃଦୁ ପାନୀୟକୁ ବ୍ୟବହାର କରୁଥିବା ବେଳେ ତାଳ ସଜକୁ ମଧ୍ୟ ଆପଣଇଛି। ଲୋକମାନେ ତାଳ ସଜର ମଜା ଉଠାଉଛନ୍ତି।
ପୋଡ଼ଶୀ ଆନ୍ଧ୍ରପ୍ରଦେଶରୁ ଆସି ତାଳ ସଜ ବିକ୍ରିବଟା କରୁଛନ୍ତି। ତାଳ ସଜ ଏକ ଡଜନ 100 ଟଙ୍କାରେ ବିକ୍ରି ହେଉଛି ତଥାପି ଲୋକେ ତାଳ ସଜକୁ ଆପଣେଇଛନ୍ତି। ତାଳସଜ କିଣି ବାରେ ଭିଡ଼ ଜମୁଛି ।