ନୟାଗଡ଼ ଜିଲ୍ଲା ର ବିକାଶ ରେ ବାଧା ଦେଉଛି ପୂର୍ତ୍ତ ବିଭାଗ।ପୂର୍ତ୍ତ ବିଭାଗର ପ୍ରାୟ ଅଧାପନ୍ତରିଆ କାମ ରେ ଜନସାଧାରଣ ଅସନ୍ତୁଷ୍ଟ । ଏହାର ବିଶେଷ ପ୍ରତିଫଳନ ଦେଖିବାକୁ ମିଳିଛି ରଣପୁର ନିର୍ବାଚନ ମଣ୍ଡଳୀ ରେ । ଏହି କିଛି ଦିନ ତଳେ ମନ୍ଦାକିନୀ ସେତୁ ର କାମ ବିଳମ୍ବ କୁ ନେଇ ଓଡ଼ିଶା ଏକ୍ସପ୍ରେସ ରେ ଖବର ପ୍ରକାଶିତ ହୋଇଥିବା ବେଳେ, ରଣପୁର ବ୍ଲକ ଗୋଡ଼ିପଡା ର ଡିମିଶର ଦୁଆନ୍ତ ନଦୀ ରେ ହେଉଥିବା ସେତୁ ପ୍ରକଳ୍ପ ର କାର୍ଯ୍ୟ ବିଳମ୍ବ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ପ୍ରାୟ ୩ ବର୍ଷ ପୂର୍ବେ ୧୧ କୋଟି ୪୬ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ଏହି ପ୍ରକଳ୍ପଟି ର କାମ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି କାର୍ଯ୍ୟ ସାରି ପାରୁନାହିଁ