ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ କ୍ୟାମ୍ପରେ ବେଶ୍ ଉତ୍ସାହ । ବିଜେଡିର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଏଥିସହ ନବୀନଙ୍କ ସମଦୂରତା ନୀତିକୁ ନେଇ ଉଠିଛି ପ୍ରଶ୍ନ । ପ୍ରସଙ୍ଗରେ ବିଜେଡିର ସଫେଇ ରାଜ୍ୟ ସ୍ଵାର୍ଥ ପାଇଁ କଂଗ୍ରେସ ସମର୍ଥନ ଦେବାକୁ ବାଧ୍ୟ ହୋଇଛି । ତେବେ କଂଗ୍ରେସ ଖୋଲାଖୋଲି କହୁଛି ବିଜେଡି ଓ କଂଗ୍ରେସ ଏବେ ବିରୋଧୀ ଦଳରେ ଅଛନ୍ତି ।
ଏକାଠି ହେବାରେ କୌଣସି ଅସୁବିଧା ନାହିଁ । କାଲି ଅପରାହ୍ନ ୩ଟାରେ ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହେବ । ଯାହା ନିଷ୍ପତ୍ତି ହେବ ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ । ବିଜେଡି ଓ କଂଗ୍ରେସ ମିଶିକି ଲଢ଼ିଲେ ତାର ଫାଇଦା ବିଜେପିକୁ ମିଳିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଖୁବଶୀଘ୍ର ସଂସଦୀୟ କମିଟି ବୈଠକ ବସିବ । ଆଉ ଦୁଇ- ତିନି ଦିନ ଭିତରେ ବିଜେପିର ପ୍ରାର୍ଥୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ମନମୋହନ ସାମଲ ।
ଓଡ଼ିଶାରୁ ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ରାଜ୍ୟସଭା ନିର୍ବାଚନ ଗଣିତ ଅନୁସାରେ ବିଜେଡି ପାଖରେ ଗୋଟିଏ ଓ ବିଜେପି ପାଖରେ ୨ଟି ଆସନ ଜିତିବାର ସ୍ପଷ୍ଟ ସଂଖ୍ୟା ଅଛି । ତେବେ ଚତୁର୍ଥ ଆସନ ପାଇଁ ନା ବିଜେଡି-କଂଗ୍ରେସ ମିଶିଲେ ସଂଖ୍ୟା ହେଉଛି ନା ବିଜେପି ପାଖରେ ସଂଖ୍ୟା ଅଛି । ତେଣୁ କ୍ରସ୍ ଭୋଟିଂ ନେଇ ଦେଖା ଦେଇଛି ଆଶଙ୍କା । ଏବେଠୁ ବିଜେଡି ଓ କଂଗ୍ରେସ ଶିବିରରେ କ୍ରସ୍ ଭୋଟିଂ ନେଇ ଘାରିଲାଣି ଡର । ଯଦି ଦଳ ନିର୍ଦ୍ଦେଶକୁ ବେଖାତିର୍ କରି ଉଭୟ ଦଳର ବିଧାୟକ କ୍ରସ୍ ଭୋଟିଂ କରନ୍ତି, ନବୀନ ଓ ଭକ୍ତଙ୍କ ପ୍ଲାନ ଫସର ଫାଟି ଯିବନି ତ ? ତେବେ ଏସବୁ ଭିତରେ ବିଜେପିର ଚାଲ ଉପରେ ରହିଛି ସମସ୍ତଙ୍କ ନଜର ।