ଧର୍ମଗଡରେବହୁ ପରିମାଣ ର ନକଲି ମଦ,ବିଭିନ୍ନ କମ୍ପାନୀର ଠିପି,ଷ୍ଟିକର ଜବତ, ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ।
ଗିରଫ ବ୍ୟକ୍ତି ହେଲେ ବିହାର ରାଜ୍ୟ ର ବୋଲି ଜଣା ପଡିଛି। ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡାରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳରେ ମଦ ସପ୍ଲାୟା କରୁଥିଲେ।
ତେବେ କୌଣସି ସୂତ୍ରରୁ ଖବର ପାଇଁ ଆଜି ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ, ବିଭିନ୍ନ କମ୍ପାନୀର ଷ୍ଟିକର, ଖାଲି ବୋତଲ, ଠିପି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ଇନ୍ସପେକ୍ଟର ଅରୁଣ ଯୋଶୀ ସୂଚନା ଦେଇଛନ୍ତି।