ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ବାରାପୁର, ନୂଆ ଓ ଦକ୍ଷିଣଅଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୨୦ ଲିଟର ଦେଶୀ ରନ୍ଧା ମଦ, ୧୦.୮୦୦ ଲିଟର ବିଦେଶୀ ମଦ ଓ ୭.୮୦୦ ଲିଟର ବିଅର ଜବତ କରାଯିବା ସହିତ ବାରାପୁର ଗ୍ରାମର ରତ୍ନାକର ରାଉତ, ନୂଆ ଗ୍ରାମର ସୁରେନ୍ଦ୍ର ମହାନ୍ତି ଏବଂ ଦକ୍ଷିଣଅଡ଼ା ଗ୍ରାମର ଭାସ୍କର ବିଶ୍ୱାଳ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।