ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତଲାଓ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ସମ୍ବାଦ ତରଫରୁ ପୁନଶ୍ଚ ପୃଥିବୀ ଓ କ୍ଲାଇମେଟ ପଞ୍ଚାୟତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇ ଯାଇଛି! ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ପୃଥିବୀକୁ ବଞ୍ଚାଇବାକୁ ହେଲେ ପରିବେଶ ସଚେତନ ପାଇଁ ଯୁବ ପିଢ଼ି ଆଗକୁ ଆସିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ!
ରାଣୀତାଲ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ସମାଜସେବୀ ଭାଗିରଥି ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ପଂଚାୟତ ସମିତି ଅଧକ୍ଷ୍ୟା ଉର୍ମିଳା ନାୟକ ଓ ଭଦ୍ରକ ପୌରପାଳିକା ର ଅଧକ୍ଷ୍ୟା ଗୁଲମକ୍କୀ ହବିବ, ଅନ୍ୟତମ ଅତିଥି ଭାବେ ଜଗଦଳପୁର ସରପଞ୍ଚ ତିଳୋତ୍ତମା ମହାପାତ୍ର, କୃଷି ବୈଜ୍ଞାନିକ ଅରୁଣ ପାତ୍ର, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ,ପଞ୍ଚସଖା ଗୋଦାବରୀଶ ସେତୁର ସଭାପତି ଗଣେଶ ପ୍ରସାଦ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରବିନ୍ଦ୍ର ସାହୁ, ମହିଳା ସ୍ୱୟଂ ସହାୟକ ସଙ୍ଘ ର ସଭାନେତ୍ରୀ ମାଳତୀ ବେହେରା, ବିଦ୍ୟାଳୟର ଛାତ୍ରୀ ପାୟଲ ପ୍ରିୟଦର୍ଶନୀ ନାୟକ ପରିବେଶ ସଚେତନ ବିଷୟରେ ନିଜର ମତ ରଖିଥିଲେ!
ସମ୍ବାଦର ଭଦ୍ରକ ମୁଖ୍ୟ ଜିଲ୍ଲା ପ୍ରତିନିଧି ଡ଼ ହରିହର ନାୟକ ପୁନଶ୍ଚ ପୃଥିବୀ, କ୍ଲାଇମେଟ ପଞ୍ଚଯାତର ଆଭିମୁଖ୍ୟ ବିଷ ୟ ରେ ଆଲୋକ ପାତ କରିଥିବା ବେଳେ ରାଣୀତାଲ ସମ୍ବାଦ ପ୍ରତିନିଧି ତପନ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ! ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ଅନନ୍ୟା ପଣ୍ଡା ଓଡ଼ଶୀ ନୃତ୍ୟ ମାଧ୍ୟମରେ ଅତିଥିଙ୍କୁ ସ୍ବାଗତ କରିଥିଲେ! ସଭା ପ୍ରାରମ୍ଭରେ ଅତିଥିମାନଂକୁ ଶଙ୍ଖ, ହୁଳହୁଳି ଓ ଡ୍ରମ ବାଜା ସହ ସ୍ବାଗତଂ କରାଯାଇଥିଲା! ଅତିଥି ମାନେ ବିଦ୍ୟାଳୟ ପରିସରରେ କିଛି ବୃକ୍ଷରୋପଣ କରିଥିଲେ!ଶେଷରେ କୃଷ୍ଣଚନ୍ଦ୍ର ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ