ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଆଜି ଶନିବାର ରେ ନିଜ ଝିଅ ରଶ୍ମି ରେଖା ର ଜନ୍ମ ଦିନ ନିଆରା ଢଙ୍ଗ ରେ ପାଳନ କଲେ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧ୍ୟକ୍ଷ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ।ବାସୁଦେବପୁର ରେ ଥିବା ଦୁଇ ଟି ଆଶ୍ରମ କଳ୍ପତରୁ ସେବା ଆଶ୍ରମ ଓ ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ କୁ ଯାଇ ଅନ୍ତେ ବସୀ ଙ୍କ ସହ ମିଶି ରଶ୍ମି ରେଖା ର ଜନ୍ମ ଦିନ ପାଳନ କଲେ ରତିକାନ୍ତ ପ୍ରଧାନ।
ଏହି ଅବସର ରେ ଦୁଇ ଆଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ଓ ଆର୍ଥିକ ରାଶି ପ୍ରଦାନ ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ। ଏହି ଦୁଇ ଆଶ୍ରମ ରେ ପିଣ୍ଟୁ ବାବୁ ଓ ତାଙ୍କ ସହଧର୍ମିଣୀ ଙ୍କ ସହ ରମାକାନ୍ତ ସେବା ଫାଉଣ୍ଡେସନ ର ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।