ଅଧାରୁ ପାଠ ଛାଡି ଥିବା, ଆଦ୍ୟୋ ନାମ ଲେଖାଇ ନ ଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲା ଏମାନଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ଉଦ୍ଦେଶ୍ୟ ନେଇ ଆରମ୍ଭ ହେଇଚି ଏ ଅଭିଯାନ।
ଅଭିଭାବକ ମାନେ ବିଶେଷ କରି ନିଜ ପିଲା ଙ୍କୁ ବେସରକାରୀ ସ୍କୁଲ୍ ରେ ଦାଖଲ କରିବା ଯୋଗୁଁ ସରକାରି ସ୍କୁଲ ରେ ଉପସ୍ଥାନ କମି ବାରେ କ୍ରମାଗତ ଲାଗୁଚି ।ଯାହାକି ସରକାର ଙ୍କୁ ଚିନ୍ତା ରେ ପକାଇ ବା ସହ ଆଗମୀ ଦିନ ରେ ଏ ଦିଗରେ ସଚେତନ ତା ପାଈଁ ବିକଳ୍ପ ପନ୍ଥା ସବୁ ସରକାର ଆପଣେଇ ବାର ଦେଖା ଯାଉଚି।
ପାଞ୍ଚ ରୁ ଅଠର ବର୍ଷ ପିଲା ଙ୍କୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଈଁ ପ୍ରତ୍ୟେକ ସ୍କୁଲ୍ କୁ ନିର୍ଦ୍ଦେଶ ନାମା ଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ରାଣିତାଲ ଜଗଦଳପୁର ଯୋଡ଼ାଗଡିଆ ପଞ୍ଚାନନ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଆସ ସ୍କୁଲ୍ ଯିବା ଅଭିଯାନ କାର୍ଯ୍ୟକ୍ରମ ଅନଷ୍ଠିତ ହେଇ ଯାଇଛି। ପ୍ରଚାର ପ୍ରସାର ରେ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ଉନ୍ନୟନ କମିଟି ର ଉପସ୍ଥିତ ରେ ସ୍ଵତନ୍ତ୍ର କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି।
ଏଥିରେ ମାମିନା ଦାସ, ଦେବୀ ପାଲ, ସବିତା ମହାନ୍ତି, ସସ୍ମିତା ଦାସ, ରଶ୍ମିତା ଦାସ, ସୁଜାତା ଦାସ, କାହୁଁ ଦାସ, ମହେଶ୍ୱର ସୁତାର, ଅକ୍ଷୟ କୁମାର ବାରିକ, ମହେଶ୍ୱର ସାହୁ, ସମାଜ ସେବୀ ଗୌତମ କୁମାର ଚୌଧୁରୀ, ସଭାପତି ନରେନ୍ଦ୍ର ସାହୁ, ଶିକ୍ଷକ ସୁନାରାମ ହାସଦା, ପ୍ରଧାନ ଶିକ୍ଷୟତ୍ରୀ ଝୁନୁରାଣି ପଣ୍ଡା ଉପସ୍ଥିତ ରହି ଏହାକୁ ପରିଚାଳନା କରି ଥିଲେ।