ପୋଖରୀ ରେ ବୁଡି ହଷ୍ଟେଲ ଛାତ୍ର ମୃତ: ମେଦିନୀପୁର ଗାଁ ନିକଟସ୍ଥ ଏକ ପୋଖରୀରେ ହୋଲି ଖେଲି ସାରିବା ପରେ ଗାଧେଇବାକୁ ଯାଇ ଛାତ୍ର ମୃତ। ଛାତ୍ର ଜଣକ ଭବାନୀପାଟଣା ସ୍ଥିତ ମେଦିନିପୁର ଶାସ୍ତ୍ରୀଜୀ ଶିକ୍ଷା ନିକେତନର ନବମ ଶ୍ରେଣୀ ର ଛାତ୍ର ବୋଲି ଜଣାପଡିଛି।
ହୋଲି ଖେଳି ସାରି ପୋଖରୀକୁ ଗାଧେଇବାକୁ ଯାଇଥିଲେ ଛାତ୍ର । ଛାତ୍ର ଜଣକ ହଷ୍ଟେଲରେ ରହୁଥିଲେ। କୋକସରା ଥାନା ଝରିଆଗୁଡା ଗାଁ ର ନବମ ଶ୍ରେଣୀରେ ଛାତ୍ର ମନମଥ ସାହୁଙ୍କ ପୁଅ ସୌମ୍ୟରଞ୍ଜନ ସାହୁଙ୍କ ବୋଲି ଜଣାପଡିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଜାରି ରଖିଛି।