{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"resize":1},"is_sticker":false,"edited_since_last_sticker_save":true,"containsFTESticker":false}
ମା ପାଖରେ ଛୋଟ ପିଲାଟିଏ ଯେମିତି ଅଳି କରେ “ମା କଣ ରାନ୍ଧିଛୁ ମୋତେ ଖଇବାକୁ ଦେ” ଠିକ୍ ସେଇଭଳି ଏକ କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ଜଣେ ମା ସିମୁଳିଆ ଖଇରା ର ପ୍ରିୟ ଯୂବନେତା *ଡା. ଅଣୁମାଧବ ପଣ୍ଡା (ଅନି ନନା)* ଙ୍କୁ ଅତି ଶ୍ରଦ୍ଧାରେ ତାଙ୍କ ଘରକୁ ଡାକିଥିଲେ । ସଙ୍ଗେ ସଙ୍ଗେ ଅନି ନନା ତାଙ୍କ ଘରକୁ ଘରର ପୁଅ ଭଳି ତଳେ ବସି ଯାହା ରୋଷେଇ ହେଉଥିଲା ଖାଇଥିଲେ ।
ବିଜୟ ହାସଲ କରିବା ପରେ ସାଧାରଣ ଲୋକମାନଙ୍କ ସହିତ ଏଭଳି ଆତ୍ମିୟତା ସହକାରେ ମିଶିବା ନେତା ବହୁତ କମ୍ ମିଳିବେ, ସେ ଭିତରୁ ଅନି ନନା ହେଉଛନ୍ତି ଜଣେ । ଜଣେ ବିଧାୟକଙ୍କ ପ୍ରତିନିଧି ଓ ଏତେ ବଡ଼ ବଡ଼ ସଂସ୍ଥାର ମାଲିକ ହୋଇ ମଧ୍ୟ ମନରେ ନା ଅଛି ଗର୍ବ ନା ଅହଙ୍କାର ।
ନିର୍ବାଚନ ସମୟରେ କଥା ଦେଇଥିଲେ ସେ ସବୁ ସମୟରେ ଆପଣମାନଙ୍କ ଓଳି ତଳେ ଛିଡାହୋଇ ସେବା କରିବେ ଓ ଆଜି କରୁଛନ୍ତି ମଧ୍ୟ । ତାଙ୍କର ଏଭଳି ସରଳ ସ୍ଵଭାବ, ପରୋପକାରୀ, ନିଷ୍ଠାପର ବ୍ୟବହାର ପାଇଁ ଆଜି ସେ ସିମୁଳିଆ ଖଇରାରେ ଘରେ ଘରେ ପ୍ରିୟପାତ୍ର ।