ଆପଣ ମାନେ ଅରଖ ଫୁଲ ବିଷୟରେ ଜାଣିଥିବେ। ଅରଖ ପତ୍ର ଅଣ୍ଡା ଆକାରର, ରଙ୍କ ହାଲ୍କା ସବୁଜ, ଅଠାଳିଆ ଓ କ୍ଷୀରଯୁକ୍ତ। ଏହି ଗଛର ଫୁଲ ଅନେକ ଦିନଯାଏ ମଉଳେ ନାହିଁ।ଆପଣ ମାନେ ଅରଖ ଫୁଲ ବିଷୟରେ ଜାଣିଥିବେ।
ଅରଖ ପତ୍ର ଅଣ୍ଡା ଆକାରର, ରଙ୍କ ହାଲ୍କା ସବୁଜ, ଅଠାଳିଆ ଓ କ୍ଷୀରଯୁକ୍ତ। ଏହି ଗଛର ଫୁଲ ଅନେକ ଦିନଯାଏ ମଉଳେ ନାହିଁ।ଏହାର କ୍ଷୀର ବିଷାକ୍ତ ଓ ଚକ୍ଷୁ ପାଇଁ ଅତ୍ୟନ୍ତ କ୍ଷତି କାରକ ବୋଲି ବିବେଚନା କରାଯାଏ।ସେଥିପାଇଁ ଏହାର ପ୍ରୟୋଗ ସମୟରେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ।
କେତେକ ଚର୍ମ ରୋଗରେ ଅରଖ କ୍ଷୀରର ପ୍ରୟୋଗ କରାଯାଇ ଥାଏ। ଅଧକପାଳି ମୁଣ୍ଡ ବିନ୍ଧାରେ ମଧ୍ୟ ଏହାର କ୍ଷୀର କାମରେ ଆସିଥାଏ।ଅରଖ ତୁଳାରେ ତକିଆ କରି ଶୋଇଲେ ଥଣ୍ଡା ସରଦି ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି।ଅରଖ ଫୁଲ ପ୍ରାୟତଃ ଶିବମନ୍ଦିର ହତାରେ ଦେଖିବାକୁ ମିଳିଥାଏ। ଏହା ଶିବଙ୍କର ବହୁତ ପସନ୍ଦ।