ରୁବୁଡି ସିଂ ପ୍ରାଥମିକ ବିଦ୍ୟାଳୟରେ ପାଚେରୀ ଭୁଶୁଡି 2 ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଘଟଣାସ୍ଥଳ ଗ୍ରସ୍ତ କରିଛନ୍ତି। ଆୟୋଗ ଅଧ୍ୟକ୍ଷା ସ୍ୱତନ୍ତ୍ର ଭାବେ ତଦନ୍ତ ଆରମ୍ଭ କରିଛନ୍ତି।
ଶ୍ରୀ ପାତ୍ର ଭୁଶୁଡି ପଡିଥିବା ପାଚେରୀ, ଫାଟକ ଓ ସ୍କୁଲ ପରିସର ବୁଲି ଦେଖିଛନ୍ତି।
ପାଚେରୀର ଭିତ୍ତିଭୂମି ସମ୍ପୂର୍ଣ ଦୁର୍ବଳ ହୋଇଯାଇଥିବା ସେ ନିଜେ ଅନୁଧ୍ୟାନ କରିଛନ୍ତି, ମୃତକ ଦୁଇ ଛାତ୍ରୀଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।