ଜାମୁଝାଡ଼ି ଠାରୁ ଧାମରା ପଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ,
ବାସୁଦେବପୁର ବେତଡା ବିଦେଇପୁର ବାଇପାସ୍ ରାସ୍ତା ନିର୍ମାଣ ଓ ଧାମରା ବନ୍ଦର ଦ୍ଵାରା ବାସୁଦେବପୁର ଅଞ୍ଚଳର ଉନ୍ନତି କରଣ ଏବଂ ବାସୁଦେବପୁର ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କୁ ଧାମରା ବନ୍ଦର ରେ ନିଯୁକ୍ତି ପ୍ରଦାନ କରିବା ଦାବିରେ ବାସୁଦେବପୁର କଂଗ୍ରେସ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଗଣ ଧାରଣ ଦିଆଯାଇଛି ।
ଏହି ଧାରଣା ସକାଳ ଛଅଟା ରୁ ଆରମ୍ଭ ହୋଇ ଏଯାବତ୍ ଚାଲୁ ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି କଂଗ୍ରେସ କର୍ମ କର୍ତ୍ତା ସୂଚନା ଦେଇଛନ୍ତି। ଧାରଣା ସ୍ଥଳରେ ସ୍ଥାନୀୟ ତହସିଲଦାର,ଏସଡିପିଓ ଓ ଥାନା ଅଧିକାରିଣୀ ଉପସ୍ଥିତ ଥିବାର ଦେଖାଯାଇଛି ।