ବଡ଼ ଖବର । ପୁଣି ବଢିଲା ଭତ୍ତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭେଟି । କୃଷି ଓଭରସିଅରଙ୍କ ପରେ ପୁଣି ବଢିଲା ଭତ୍ତା । ରାଜ୍ୟରେ ଥିବା ଦିବ୍ୟାଙ୍ଗଙ୍କ ପାଇଁ ଖୁସି ଖବର । ଓଡ଼ିଶାର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କୁ ବଡ଼ ଭେଟି ଦେଲେ ମୋହନ ମାଝୀ ସରକାର । ସେମାନଙ୍କ ଭତ୍ତା ପରିମାଣ ବୃଦ୍ଧି କରି ପୁଣି ଉଦାହରଣ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି କିମ୍ବା ମହିଳାଙ୍କ ଭତ୍ତା ଟଙ୍କା ୩୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ ସରକାର ।
ଏବେ ଦିବ୍ୟାଙ୍ଗଙ୍କ ଭତ୍ତା ବଢାଇଛନ୍ତି ରାଜ୍ୟ ସରକାର ।ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ଆକାରରେ ପାଇବେ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ମହିଳା । ଆସନ୍ତା ଜୁନ ମାସରୁ ଏହା ଲାଗୁ କରାଯିବ । ଏ ନେଇ ସମସ୍ତ DSSOS ଙ୍କୁ ନିର୍ଦ୍ଧେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ୮୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ଦିବ୍ୟାଙ୍ଗ ହୋଇଥିଲେ ମିଳିବ ୩୫୦୦ ଟଙ୍କା ଲେଖାଏଁ । ପ୍ରତ୍ୟେକ ମାସରେ ସରକାର ଏହି ଭତ୍ତା ରାଶି ପ୍ରଦାନ କରିବେ ।ସେହିଭଳି ବରିଷ୍ଠ ନାଗରିକଙ୍କୁ ମଧ୍ୟ ବର୍ଦ୍ଧିତ ଭତ୍ତା ମିଳିବ ।
୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ପ୍ରତି ମାସରେ ମିଳିବ ୩୫୦୦ ଟଙ୍କା । ସେମାନେ ମଧ୍ୟ ଜୁନ ମାସରୁ ବର୍ଦ୍ଧିତ ଭତ୍ତା ରାଶି ପାଇବାକୁ ଯାଉଛନ୍ତି । ୨୦୨୫ ମସିହା ଜୁନ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ଏବଂ ଯେଉଁ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ହୋଇଥିବ, ସେମାନଙ୍କୁ ଜୁନ୍ ମାସ ଠାରୁ ମାସିକ ୩,୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ।