ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ଗୋ ରକ୍ଷକ ରାଧା ମାଧବ ଦାସଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ।
ଗୋ ରକ୍ଷକ ରାଧାମାଧବ ନିଜର କାର୍ଯ୍ୟକଳାପକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ସାଜି ଥିବା ବେଳେ କେତେ ବେଳେ ଗୋ ସୁରକ୍ଷାକୁ ନେଇ ତ କେତେବେଳେ ରାଜରାସ୍ତା ଅବରୋଧ କରି, କେତେବେଳେ ଜଣେ ସଚ୍ଚା ହିନ୍ଦୁତ୍ୱ କୁ ନେଇ ତ କେତେବେଳେ ପୁଣି ଅନ୍ୟ ସମ୍ପ୍ରଦାୟକୁ ହଇରାଣ କରିବା ଭଳି ଅଭିଯୋଗ ତାଙ୍କ ନାମରେ ଆସିଛି. ଆଉ ଆଜି ସେ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି.
ଗୋଟାଏ ପଟେ ଚାଲିଥିଲା ରଙ୍ଗର ପର୍ବ ହୋଲି ଅନ୍ୟ ପଟେ ଚାଲିଥିଲା ଗୋ ରକ୍ଷକ ଙ୍କ ଉନ୍ମୁକ୍ତ କାଣ୍ଡ।ଏଭଳି ଘଟଣା ଘଟିଛି ଖନ୍ତାପଡ଼ା ଥାନା ବାହାନଗା ପଂଚାୟତ ଗନ୍ଧିଣା ଗ୍ରାମରେ।ଗ୍ରାମର ପୂର୍ବତନ ସରପଞ୍ଚ ବସନ୍ତ ସାହୁ ବାଟରେ ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୋ ରକ୍ଷକ ରାଧାମାଧବ ଦାସ ଏବଂ ତାର ସହଯୋଗୀମାନେ ହଠାତ ଛକ ମୁଣ୍ଡରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରି ଦେଇଥିଲେ।ଖବର ପାଇ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚିବାରୁ ଉତେଜନା ଦେଖି ରାଧାମାଧବ ସହଯୋଗୀ ମାନଙ୍କୁ ନେଇ ନିଜ ଘରେ ଲୁଚି ଯାଇଥିଲେ ।ଉତେଜିତ ଲୋକେ ତାଙ୍କ ଘର ଚାରିପଟେ ଘେରି ରହିଥିବା ବେଳେ ପୋଲିସ ଲୋକମାନକୁ ବୁଝାସୁଝା କରିବା ସହ ଦୀର୍ଘ ୫ଘଣ୍ଟାର କସରତ ପରେ ଗ୍ରାମବାସୀଙ୍କ କବଳରୁ ଗୋ ରକ୍ଷକ ରାଧାମାଧବଙ୍କ ସମେତ ତାଙ୍କର ୭ଜଣ ସହଯୋଗୀ ଏବଂ ପରିବାରର ଦୁଇଜଣ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରି ନିଜ ହେପାଜତକୁ ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।