ବାଲେଶ୍ୱର ଜିଲ୍ଲା ସିମୁଳିଆ,ସିମୁଳିଆ ବ୍ଲକ ବିଜୁ ଜନତା ଦଳ ତରଫରୁ ସନ୍ଧ୍ୟା ସମୟରେ ମାର୍କୋଣା ଛକ୍ ଠାରେ ବିଜେଡି ବ୍ଳକ ସଭାପତି ଉମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବସ୍ତା ବିଧାୟିକା ସୁଭାଷିନୀ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି l
ରାଜ୍ୟ ସଭା ସଂସଦ ନିର୍ବାଚନରେ ଦଳୀୟ ନିଷ୍ଠା ଓ ଶୃଙ୍ଖଳାକୁ ଅବମାନ କରି ବିଜୁ ଜନତା ଦଳ ବିରୋଧରେ କ୍ରସ୍ ଭୋଟିଂ କରିଥିବା ପ୍ରତିବାଦରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ସମୟରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମେତ ଜିଲ୍ଲା ପରିଷଦ ଉମାକାନ୍ତ ମହାରଣା, ସମିତି ସଭ୍ୟ କାଳନ୍ଦୀ ନାୟକ,ସିମୁଳିଆ ବ୍ଲକର ସମସ୍ତ ପଞ୍ଚାୟତ ସ୍ତରୀୟ ନେତୃମଣ୍ଡଳୀ, କର୍ମୀବୃନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।