କଳାହାଣ୍ଡି ଯୌତୁକ ନିର୍ଯ୍ୟାତନା ସହ ତଣ୍ଟିଚିପି ସ୍ତ୍ରୀ କୁ ହତ୍ୟା ମାମଲାର ଅଭିଯୁକ୍ତ ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କଳାହାଣ୍ଡି ଦୌରାଜଜ୍ କୋର୍ଟ ନ୍ୟାୟାଧିସ୍। ଯୌତୁକ ନିର୍ଯାତନା ସହ ତଣ୍ଟିଚିପି ନିଜ ସ୍ତ୍ରୀ କୁ ହତ୍ୟା କରିଥିଲା ଜହ୍ଳାଦ ସ୍ବାମୀ।
ଅଭିଯୁକ୍ତ ସ୍ବାମୀ ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟା ର ରୂପ ଦେଇଥିବା ବେଳେ ,ହତ୍ୟା ସନ୍ଦେହ ରେ ମୃତ୍ୟୁ ମହିଳାଙ୍କ ଭାଇ ଗତ ୧୭ ମେ ୨୦୨୪ ରେ ଥୁଆମୁଲରାମପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପରେ ଥୁଆମୁଲରାମପୁର ଥାନା ବଡବଣ୍ଡେଲ ଗ୍ରାମ ର ଅଭିଯୁକ୍ତ ସୀତାରାମ ମାଝୀ କାରାଦଣ୍ଡ ଭୋଗୁଥିଲେ।
କଳାହାଣ୍ଡି ଜିଲ୍ଲା ଦୌରାଜଜ୍ କୋର୍ଟ ନ୍ୟାୟାଧିସ୍ ,ଧାରା ୩୦୨ ରେ ଆଜୀବନ କାରାଦଣ୍ଡ ଓ ୧୦ ହଜାର ସହ ୩୦୪ବି ରେ ୭ ବର୍ଷ ସଶ୍ରମ କାରାଦଣ୍ଡ , ୪୯୮ଏ ରେ ୨ବର୍ଷ କାରାଦଣ୍ଡ ସହ ୫ ହଜାର ଜୋରିମାନା ଆଦେଶ ଦେଇଛନ୍ତି।