ଖରା ଆସିଲା ଗାଁ ଗହଳିରେ ଚୋରି ଆରମ୍ଭ ହେଲା l ଗତକାଲି ରାତିରେ ଥାନା ଠାରୁ ଅଳ୍ପ ଦୂରରେ ଜନୈକ ବ୍ୟକ୍ତିଙ୍କ ଘରୁ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ l ତେଵେ ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧୀନ ମାଳିହତା ଗ୍ରାମରେ l ଏଠାରୁ ଜଣଙ୍କ ଘରୁ ଦୁର୍ବୁତ୍ତ ମାନେ ଲୁଟ କରିଥିବାର ଜଣାପଡିଛି।
ସୂଚନାଯୋଗ୍ୟ ଯେ ମୋରଡା ଥାନା ଠାରୁ ମାତ୍ର ଗୋଟିଏ କିମି ଦୂର କୃତ୍ତିବାସ ବେହେରାଙ୍କ ଘର ଭିତରେ ଦୁର୍ବୃତ୍ତ ମାନେ ପଶି ସୁନା ଗହଣା ଚୋରି କରି ନେଇଥିବା ବେଳେ ବାକ୍ସ ଭାଙ୍ଗି କିଛି ବାଟ ନେଇ ଭିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ସେହିପରି ଆଲମିରାର ଭିତର ତାଲାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭାଙ୍ଗି ପାରିନଥିଲେ । ତେବେ ଉକ୍ତ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପୂର୍ବରୁ ଅନେକ ଚୋରି ହୋଇଥିଲେ ମଧ୍ୟ ଚୋର ଧରାନଡିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଆସୁଛି ।
ସେହିପରି ପୂର୍ବରୁ ଗାଁ ମାନଙ୍କରେ ପୋଲିସ ପେଟ୍ରୋଲିଂ ହେଉଥିଲା ବେଳେ ବର୍ତ୍ତମାନ ସମୟରେ ପୋଲିସ ପେଟ୍ରୋଲିଂ ନ ହେବା ଭଳି କାର୍ଯ୍ୟକୁନେଇ ଅସନ୍ତୋଷ ପ୍ରକାଶ ପାଉଛି l ଯଦି ଥାନା ଠାରୁ ଗୋଟିଏ କିମି ଦୂରରେ ଚୋର ମାନେ ଚୋରି କରିବାର ଦୁଃସାହସ କରିପାରୁଛନ୍ତି ତେବେ ଦୂର ଦୂରାନ୍ତରେ ରହୁଥିବା ଲୋକମାନେ କେତେ ସୁରକ୍ଷିତ ବୋଲି ସାଧାରଣରେ ଉଠୁଛି ପ୍ରଶ୍ନ
କିନ୍ତୁ ମୋରଡା ଥାନା ଏକ ସୀମାନ୍ତ ଥାନା ହୋଇଥିବା ବେଳେ ଏହି ଥାନାରେ କର୍ମଚାରୀ ଅଭାବ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପ୍ରତି ବିଭାଗୀୟ ଉଚ୍ଚକତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ସ୍ଥାନୀୟ ଅଞ୍ଚଳବାସୀଙ୍କ ଧନଜୀବନ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛିl ଏହାର ସ୍ଥାୟୀ ସମାଧାନ ଦିଗରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି ହେଉଥିବା ଲକ୍ଷ୍ୟ କରାଯାଉଛି