ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି l କିନ୍ତୁ କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଥିଲା l
ହଠାତ୍ ପବନରେ ଉଡ଼ିଲା ଖପର ଘର l ୭୦ରୁ ଉର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଉଥିବା ବେଳେ ଆଗକୁ ଏହାର ସଂଖ୍ୟା ବଢିବାର ଆଶଙ୍କା ରହିଛି l
୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାର ଖବର ହସ୍ତଗତ ହୋଇଛି l
ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ l
ପବନର ବେଗ ଅତି ପ୍ରଖର ଥିବାରୁ ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଟେକିନେଇ ଫିଙ୍ଗି ଦେଇଥିବା ନେଇ ପ୍ରତ୍ୟେକ୍ଷଦର୍ଶୀଙ୍କ ଆଲୋଚନାରୁ ଜଣାଅପାଡିଛି l
ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା..
ତେଵେ ଏହି କାଳ ବୈଶାଖୀର ତାଣ୍ଡବଲୀଳା ପ୍ରଭାବରେ ଗୋଟେ ବାଇକ ସହ ଅନ୍ୟଏକ ଅଟକୁ ଟେକିନେଲା ପବନl ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତl ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ଏପରି ହୃଦୟ ବିଦାରକ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କିଆ ଗ୍ରାମରେ l ଆଜି ଅପରାହ୍ନ ୪ ଘଟିକା ସମୟରେ ଏପରି ତାଣ୍ଡବ ରଚିଛି ପ୍ରକୃତି…