ସିମୁଳିଆର ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଦାସଙ୍କ ଅସହାୟ ଅବସ୍ଥା ଦେଖି ତୁରନ୍ତ ପଦକ୍ଷପ ନେଲେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା .ତୁରନ୍ତ ତାଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ ପ୍ରଦାନ କରି ସାମ୍ବାଦିକଙ୍କ ଉପରେ ତାଙ୍କର କେତେ ଭଲ ପାଇବା ଅଛି ତାହା ପ୍ରମାଣିତ କରି ଦେଖାଇଛନ୍ତି.ପ୍ରଗତିବାଦୀ ସାମ୍ବାଦିକ ଭରତ ଚନ୍ଦ୍ର ଦାସ ଗତ କିଛି ମାସ ପୂର୍ବେ ବାଇକରେ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ହରାଇ ଦେଇଛନ୍ତି.ଏବେ ସେ ଚାଲିବାକୁ ଅକ୍ଷମ. ତେବେ ଏପରି ପରିସ୍ଥିତିରେ ଆଜି ସିମୁଳିଆ ବ୍ଲକ ପରିସରରେ ଯେତେବେଳେ ଭୀମଭୋଇ ଭିନ୍ନକ୍ଷମ ଶିବିରରେ ଅନୁଷ୍ଠିତ ହେଉଥିଲା ସେତେବେଳେ ସିମୁଳିଆ ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗମାନେ ଭୀମଭୋଇ ଶିବିର ମଧ୍ୟରେ ନିଜର ଦୁଃଖ ବଖାଣିବାକୁ ଧାଡ଼ି ବାନ୍ଧିଥିଲେ |
ଏହି ଅବସରରେ ଭୀମଭୋଇ ଶିବିର ପରିସର ମଧ୍ୟରେ ନିଜର ନାମ ପଞ୍ଜିକରଣ ସହିତ ବିଭିନ୍ନ ବିଭାଗର ପୃଥକ ପୃଥକ ସ୍ଥାନରେ ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଇ ଯୋଗ୍ୟ ହିତାଧିକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା.ଆଉ ଠିକ ଏତିକି ବେଳେ ସଡ଼କ ଦୁର୍ଘଟଣାରେ ନିଜର ଗୋଡ଼ ହରାଇଥିବା ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ଦାସ ସ୍ଥାନୀୟ ବିଧାୟକଙ୍କୁ ଭେଟିବା ସହ ନିଜର ଦୁଃଖକୁ ପରିପ୍ରକାଶ କରିଥିଲେ. ଭରତ ଚନ୍ଦ୍ର ଦାସଙ୍କ ଏପରି ଅବସ୍ଥା ଦେଖି ବିଧାୟକ ଦୁଃଖ ପ୍ରକାଶ କରିବା ସହ ବ୍ଲକ ଉନୟନ ଅଧିକାରୀ ସୁନୀଲ କୁମାର ଟୁଡୁଙ୍କ ଆଲୋଚନା କରି ୯୦% ଭାଗ ଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ ଏବଂ ରାସନ କାର୍ଡ଼ ତୁରନ୍ତ ପ୍ରଦାନ କରିବା ସହ ପରେ ତାଙ୍କୁ ଏକ ଆନ୍ତରଦୟ ଘର, ହୁଇଲ ଚେୟାର ଏବଂ ଗୋଟିଏ ବ୍ୟାଟେରୀ ଚଳିତ ଗାଡ଼ି ଯୋଗାଇ ଦେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି. ବିଧାୟକଙ୍କ ଏପରି ପଦକ୍ଷପକୁ ସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଉଛି।