ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମଦାନୀ ଉପରେ 25% ଶୁଳ୍କ ଘୋଷଣା କରିଛନ୍ତି,
ଏହା ସହିତ ରୁଷ ସହିତ ଭାରତର ପ୍ରତିରକ୍ଷା ଏବଂ ଶକ୍ତି ବାଣିଜ୍ୟ ଓ ବ୍ରିକ୍ସ ମେଣ୍ଟରେ ଭାରତର ଭୂମିକାକୁ ଟାର୍ଗେଟ କରି ମଧ୍ୟ ଏକ ଅତିରିକ୍ତ “ଜୋରିମାନା ” ଲଗାଇଛନ୍ତି । ଏକ ଲାଇଭ୍ ଡିବେଟରେ ବିଶେଷଜ୍ଞମାନେ ଟ୍ରମ୍ପଙ୍କ ଶୁଳ୍କ ଭାରତୀୟ ରପ୍ତାନି, ଭାରତ-ଆମେରିକା ବାଣିଜ୍ୟ ଆଲୋଚନା, ବ୍ରିକ୍ସ ଗତିଶୀଳତା ଏବଂ ନୂଆଦିଲ୍ଲୀର ବିଶ୍ୱ ଅର୍ଥନୈତିକ ରଣନୀତିକୁ କିପରି ପ୍ରଭାବିତ କରିବ ସେ ସଂବନ୍ଧରେ ଆଲୋଚନା କରୁଛନ୍ତି। ବିଶେଷଜ୍ଞ ପୁର୍ବାନୁମାନ ଅନୁସାରେ ଭାରତ ଏହାର କୌଣସି ଜବାବ ଦେବ ନାହିଁ ଏବଂ ଏହି ବିଷୟରେ ଚୁପ୍ ରହିବା ହେଉଛି ଆମେରିକା ପାଇଁ ସଠିକ ଜବାବ ବୋଲି କୁହାଯାଉଛି । ।
ଆମେରିକା ବୁଧବାର ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଏବଂ ଜରିମାନା ଘୋଷଣା କରିଛି । ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 25% ଶୁଳ୍କକୁ 1 ଅଗଷ୍ଟରୁ ଲାଗୁ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ବର୍ତମାନ 7 ଦିନ ପାଇଁ ସ୍ଥଗିତ ରଖିଛନ୍ତି । ତାହା 7 ଅଗଷ୍ଟରୁ ଲାଗୁ ହେବ ବୋଲି ଜଣାପଡିଛି
ଟ୍ରମ୍ପ 92 ଟି ଦେଶ ଉପରେ ନୂତନ ଶୁଳ୍କର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ଭାରତ ଉପରେ 25% ଏବଂ ପାକିସ୍ତାନ ଉପରେ 19% ଶୁଳ୍କ ଲାଗୁ କରାଯାଇଛି। ଆମେରିକାର ପଡୋଶୀ ଦେଶ କାନାଡା ଉପରେ ଆଜିଠାରୁ 35% ଶୁଳ୍କ ଲାଗୁ କରାଯାଇଛି।
ଆମେରିକା ଦକ୍ଷିଣ ଏସିଆରେ ସବୁଠାରୁ କମ ଶୁଳ୍କ ପାକିସ୍ତାନ ଉପରେ ଲାଗୁ କରିଛି । ଆମେରିକା ପୂର୍ବରୁ ପାକିସ୍ତାନ ଉପରେ 29% ଶୁଳ୍କ ଲାଗୁ କରିଥିଲା ।
ବିଶ୍ୱରେ ସର୍ବାଧିକ 41% ଶୁଳ୍କ ସିରିଆ ଉପରେ ଲାଗୁ କରାଯାଇଛି। ଚୀନର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ନାହିଁ ।
ଟ୍ରମ୍ପ 2 ଏପ୍ରିଲରେ ବିଶ୍ୱର ଦେଶ ଉପରେ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ, କିନ୍ତୁ 7 ଦିନ ପରେ ଏହାକୁ 90 ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। କିଛି ଦିନ ପରେ ଟ୍ରମ୍ପ 31 ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଥିଲେ
ଏହା ପରେ, ଟ୍ରମ୍ପ ସରକାର 90 ଦିନରେ 90 ଟି ଚୁକ୍ତି କରିବାର ଲକ୍ଷ୍ୟ ରଖିଥିଲେ। ତଥାପି, ଆମେରିକା ଏପର୍ଯ୍ୟନ୍ତ କେବଳ 7ଟି ଦେଶ ସହିତ ଏକ ଚୁକ୍ତିରେ ପହଞ୍ଚିପାରିଛି ।
ଭାରତ ଏହି ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ କେଉଁ କେଉଁ ସାମଗ୍ରୀ ଉପରୁ ହଟାଇବା ପାଇଁ ଚାହୁଁଛି
ସେଠି ମଧ୍ୟରୁ ଇସ୍ପାତ ଓ ଆଲୁମିନିୟମ , ଅଟୋମୋବାଇଲ , ଶ୍ରମ-କେନ୍ଦ୍ରିକ କ୍ଷେତ୍ର, ବୟନ ଶିଳ୍ପ , ରତ୍ନ ଓ ଅଳଙ୍କାର, ଚମଡା ସାମଗ୍ରୀ, ପୋଷାକ, ପ୍ଲାଷ୍ଟିକ୍, ରାସାୟନିକ ପଦାର୍ଥଗୁଡିକ , ଚିଙ୍ଗୁଡ଼ି, ତୈଳ, ବିହନ, ଫଳ ମଧ୍ୟରେ ଅଙ୍ଗୁର ଏବଂ କଦଳୀ ଅନ୍ତର୍ଭୁକ୍ତ I