ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଝାଟିଆ ମାଳ ଛକ ନିକଟରେ ଦୋକାନୀ ଗରମ ଚାହା ଫିଙ୍ଗିବାରୁ ଯୁବକ କ୍ଷତାକ୍ତ l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ଅଞ୍ଚଳର ତପନ ଦାସଙ୍କ ସ୍ତ୍ରୀ ବାସନ୍ତି ଦାସ ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ପୁଅ ସୁଦାମ (22)ବର୍ଷ ମୁଲ କାମ ସାରି ଝାଟିଆମାଳ ଛକ ନିକଟରେ ମହେଶ୍ୱର ଦାସ ଦୋକାନରୁ ଗୁଟୁଖା ମାଗିଥିଲେ l ପରେ ତାର ମୂଲ୍ୟକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l
ଏଥିରେ ଉତକ୍ଷିପ୍ତ ହୋଇ ଦୋକାନୀ ମହେଶ୍ୱର ଙ୍କ ସ୍ତ୍ରୀ ସୁଦାମ ଉପରକୁ ଗରମ ଚାହା ଫୋପାଡ଼ିଥିଲା l ଏବଂ ସଂଘଵଦ୍ଧ ଭାବରେ ତାକୁ ମରଣାତ୍ମକ ଆକ୍ରମଣ କରିଥିଲେ l ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ l ସୁଦାମର ବାମ ହାତ ଓ କାଖତଳ ଗରମ ଚାହା ପଡି ପୋଡି ହୋଇଯାଇଥିବା ଜଣାଯାଇଛି l ଏ ସଂକ୍ରାନ୍ତରେ ଦୋକାନୀ ମହେଶ୍ୱର ଦାସଙ୍କୁ ପଚାରିବାରୁ ସୁଦାମ ମଦ ପିଇ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବାରୁ ଏଭଳି ଘଟଣା ଘଟିଥିବା ପ୍ରକାଶ କରିଥିଲେ l ଦୁହିଁଙ୍କ ପୃଥକ ପୃଥକ ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି |