ମଙ୍ଗଳବାର ସକାଳେ ଜୟପାଟଣା ମୋଟେର ମୁଖ୍ୟ ରାସ୍ତାରୁ ବିଜମରା ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଥିବା ସବ୍ ମାଇନର କେନାଲରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଓଲଟା ହୋଇ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ।ଏନେଇ କଲମପୁର ପୁଲିସକୁ ସୂଚନା ଦିଆଯିବା ପରେ କୁଟୃ ପୁଲିସ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । କିନ୍ତୁ ଉକ୍ତ ମୃତ ଶରୀର ଅଂଚଳ ଲୋକଙ୍କ ପାଇଁ ଅପରିଚିତ ଥିଲା I
ପରବର୍ତି ସମୟରେ କଲମପୁର ପୁଲିସ ଥାନା ଅଧିକାରୀ ବିଶମ୍ବର କହଁର ଘଟଣା ସ୍ଥଳରେ ପହଂଚିବା ପରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରିବା ସହ ମୃତ ଶରୀର ର ପଂଚନାମା କରାଯାଇଥିଲା । ମୃତକଙ୍କ କୌଣସି ପରିଚୟ ମିଳିନଥିବାରୁ ମୃତ ଦେହ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଥାନାଧିକାରୀ ପ୍ରକାଶ କରିଥିଲେ।ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ କୁଟୁ ପୁଲିସ ଫାଣ୍ଡି ଅଧିକାରୀ ଶ୍ରୀ ପଣ୍ଡା ଦାୟିତ୍ଵ ନେଇଛନ୍ତି ।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟକ୍ତି ଜଣକ ମାନସୀକ ବିକୃତ ବୋଲି ସୂଚନା ମିଳିଛି।