ଅଦା ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ। ସମସ୍ତଙ୍କୁ ରୋଷେଇ ଘରେ ଥାଏ। ଏହି ଅଦାରେ ଭରି ରହିଛି ଔଷଧୀୟ ଗୁଣ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟୀ ବୋଲି ଅନେକ ସମୟରେ ପ୍ରମାଣିତ ହୋଇଛି।ଅଦାରେ ବିଶେଷ କରି ଭିଟାମିନ ସି, ମ୍ୟାଗ୍ନେସିୟମ,କାର୍ବୋହାଇଡ୍ରେଟ, ଆଇରନ, କ୍ୟାଲସିୟମ, ପ୍ରୋଟିନ, ଜୀଙ୍କ ଏବଂ ଅନେକ ମିନେରାଲ ମିଳିଥାଏ।
ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ଲାଭ ଯୋଗାଇବାରେ ସାହାଯ୍ୟ କରେ। ଯଦି ଆପଣ ଗୋଟିଏ ସପ୍ତାହ ଧରି ସକାଳେ ଖାଲି ପେଟରେ ଅଦା ପାଣି ପିଅନ୍ତି ଏସବୁ ଫାଇଦା ମିଳିବ।ସକାଳେ ଖାଲିପେଟରେ ଅଦା ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅଦାରେ ଭିଟାମିନ ସି ମିଳୁଥିବାରୁ ଏହାର ସେବନ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।ସକାଳୁ ଉଠି ଖାଲି ପେଟରେ ଅଦା ପାଣି ପିଇବା ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ବେଲି ଫ୍ୟାଟ କମ ହେବା ସହ ମେଟାବୋଲିଜିମ ଠିକ ରହିଥାଏ।ଗୋଟିଏ ସପ୍ତାହ ପାଇଁ ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ହାର୍ଟ ସୁସ୍ଥ ରହିବ। ଏହା ସାହାଯ୍ୟରେ ବ୍ଲଡ଼ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଏହା ସହିତ ଶରୀର ଗଣ୍ଠି ଫୁଲା କମିବା ସହ ଓଜନ ହ୍ରାସ ବି ହୋଇଥାଏ