ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର RCN Odia ନ୍ଯୁଜ channelର ସାମ୍ବାଦିକ ଚନ୍ଦନ ଜେନା ରବିବାର ରାତି ୯.୩୦ ମିନିଟ୍ ସମୟରେ ନିଜ କାମ ସାରି ବାଲିଆପାଳରୁ ଘରକୁ ଫେରୁଥିବା ବେଳେ ତହସିଲ କାର୍ଯ୍ୟାଳୟ ଠାରୁ ୫୦ ମିଟର ଦୂରରେ ଥିବା ଏକ ପୋଲ ଉପରେ 2 ଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ, ସେମାନଙ୍କ ମଧ୍ୟରୁ ବିଷ୍ଣୁପୁର ପଞ୍ଚାୟତର ସରୋଜ ଦାସ ଓ ନୂଆଗାଁ ଗ୍ରାମର ଅଞ୍ଜନ ସାହୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ।
ତେବେ ଶ୍ରୀ ଜେନା ଭୟଭୀତ ହୋଇ ଘରକୁ ନ ଯାଇ ବାଲିଆପାଳ କୁ ଫେରି ଆସି ବନ୍ଧୁଙ୍କ ଘରେ ଆଶ୍ରୟ ନେଇଥିଲେ । ସେଥିରେ ସରୋଜ ଦାସଙ୍କ ମନ ଶାନ୍ତ ହୋଇ ନଥିଲା ଯେ ରାତି ୧୦ଟାରେ ଫୋନ କରି ଚନ୍ଦନ ଜେନାଙ୍କୁ ଅଶ୍ଳୀଳ ଭାଷା ସହିତ ହତ୍ୟା ଧମକ ଦେଇଥିଲେ ଏବଂ ଯାହା ସମ୍ବାଦିକ ଚନ୍ଦନଙ୍କ ପରିବାରକୁ ନେଇ ଅଶାଲିନ ଭାଷାରେ ଗାଳିଗୁଲଜ କରୁଥିବାର ପାଖରେ ଅଡିଓ ରେକର୍ଡ଼ ରହିଛି । କିନ୍ତୁ ଅଶ୍ଳୀଳ ଭାଷା ଥିବାରୁ ଗଣମାଧ୍ୟମରେ ଏଇ ରେକର୍ଡିଙ୍ଗ ଛାଡ଼ି ହେଉନାହିଁ । ତେବେ ଏନେଇ ସାମ୍ବାଦିକ ଚନ୍ଦନ ଜେନା ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ବାଲିଆପାଳ ପୋଲିସ ତଦନ୍ତ କରି ମାମଲା ରୁଜୁ କରିଛି ।
ପ୍ରକାଶ ଥାଉ କି ସରୋଜ ଦାସଙ୍କ ନାମରେ ଏକାଧିକ ମାମଲା ରହିଥିବା ବେଳେ କିଛି ଦିନ ପୂର୍ବରୁ ଥାନା ଭିତରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୮ ଦିନ ହାଜତରେ ରହିଥିଲେ । ତେବେ ସରୋଜ କୁମାର ଦାସ ଓ ଅଞ୍ଜନ କୁମାର ସାହୁ ଙ୍କୁ ଯଦି ତୁରନ୍ତ ଗିରଫ କରାନଯାଏ ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମ୍ବାଦିକ ଚନ୍ଦନ ଜେନା ବାଲିଆପାଳ ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି। ଏନେଇ ବସ୍ତା ଏସଡିପିଓ , ଆଇଆଇସି ଓ ବାଲିଆପାଳ ତହସିଲଦାରଙ୍କୁ ଦରଖାସ୍ତର ନକଲ ପ୍ରଦାନ କରାଯାଇଛି । ଦରକାର ପଡ଼ିଲେ ନ୍ୟାୟ ପାଇଁ ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସଂଘ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଵେ ବୋଲି ସୂଚନା ଦେଇଛନ୍ତି।