ଦିନକୁ ଦିନ ବାଲିଆପାଳ ଅଞ୍ଚଳରେ ଅବାଧରେ ଗୋ ଚାଲାଣକୁ ନେଇ ଅଭିଯୋଗ ହୋଇଆସୁଛି। ମାତ୍ର ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହି ଗୋ ଚାଲାଣ ବୃଦ୍ଧି ପାଇବାର ଲାଗିଛି। ସୁଚନାରୁ ପ୍ରକାଶ ବିଷ୍ଣୁପୁର ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗୋରୁ ମାଫିଆଙ୍କୁ ହାତ କରି ସୁବର୍ଣ୍ଣରେଖା ନଦୀର ନୟାବାଲି ଘାଟ ମଧ୍ୟ ଦେଇ ନୈକା ସାହାଯ୍ୟରେ ରାତି ତମାମ ପ୍ରତ୍ୟେକ ଦିନ ପଶ୍ଚିମବଙ୍ଗ କୁ ଗୋରୁ ଚାଲାଣ କରି ମାଳେ ମାଳେ ହୋଉଛନ୍ତି ଗୋରୁ ମାଫିଆ। କିଛି ଦିନ ପୂର୍ବରୁ ରସୁଲପୁର ଗ୍ରାମର ଛଚିନ୍ଦ୍ର ଦଳାଇ ଙ୍କ ବାଡିରେ ଗର୍ଭୋଣୀ ଗାଈ ବନ୍ଧା ହୋଇଥିବା ବେଳେ ଗାଈଟି କୁଆଡ଼େ ଉଭାନ ହୋଇଯାଇଥିଲା ,ବହୁ ଖୋଜାଖୋଜି କରିବା ପରେ ଗାଈଟି ମିଳିନଥିଲା ।
ପରେ କୈଣସି ସୁତ୍ରରୁ ରସୁଲପୁର ଗ୍ରାମର ବାପି ପାତ୍ର ନାମକ ବ୍ୟକ୍ତି ଯିଏ କି ଦୀର୍ଘ ଦିନ ଧରି ଗୋ ଚାଲାଣରେ ସଂପୃକ୍ତ ଅଛନ୍ତି ତାଙ୍କ ଘରୁ ହଜିଯାଇଥିବା ଗାଈ ଟିର କିଳା ଏବଂ ଦୈଡି ମିଳିଥିଲା ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଛଚିନ୍ଦ୍ର।
ମାତ୍ର ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତଦନ୍ତ ମଧ୍ୟ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ପରେ ଚିନ୍ତାରେ ଗ୍ରାମବାସୀ। ଏନେଇ ନୟାବାଲି ଠାରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି।ଗୋ ଚାଲାଣ କୁ ବିରୋଧ କରିବା ସହିତ ଗୋ ଚାଲାଣ ରେ ସଂପୃକ୍ତ ଥିବା ବାପି ପାତ୍ର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାମବାସୀ।