ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବିଜୁଳି ଘଡଘଡି ସାଙ୍ଗକୁ ପବନ ବୋହିବା ସହିତ କୁଆପଥର ମାଡ଼ ହୋଇଛି । ପବନରେ ୬୧ ନମ୍ବର ରାଜ୍ୟ ରାଜପଥର ବାରିପଦା – ନିଚୁଆପଦା – ଜଳେଶ୍ୱର ରାସ୍ତାର ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି ।
ଫଳରେ ଯାତାୟତ ଏକପ୍ରକାର ଠପ ହେବା କାରଣରୁ ରାସ୍ତାରେ ଅନେକ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଏକ ଆମ୍ବୁଲାନ୍ସ ରୋଗୀକୁନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରିପଦା ଯିବା ରାସ୍ତାରେ ଅସୁବିଧା ସୃଷ୍ଟି ହେବାରୁ ଗାଁ ଭିତର ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ଗାଡି ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ତେବେ ବର୍ତ୍ତମାନ ଅଗ୍ନିଶମ ବିଭାଗ ପହଞ୍ଚି ନଥିବାରୁ ପଡ଼ି ଥିବା ଗଛ ହଟାଇବା ସମ୍ଭବ ନ ହେବା କାରଣରୁ ଅନେକ ଗାଡି ରାସ୍ତାରେ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି ।