ଉତ୍ତପ୍ତ ବୈଶାଖରେ ତାର ଜନ୍ମ ସେ ବୈଶାଖରେ ତରୁଣ ହୋଇ ପ୍ରେମ କରେ ନିଦାଘକୁ।ଗାଁ ରାସ୍ତା ରୁ ଜାତୀୟ ରାଜ ପଥ ତା ଅକ୍ତିଆରରେ ଥାଏ ।ପ୍ରଚଣ୍ଡ ଗ୍ରୀଷ୍ମର ତାତି, ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତ ଙ୍କୁ ସତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି।ଏହି କୃଷ୍ଣ ଚୂଡ଼ାକୁ ନେଇ କାହାର କେତେ କଳ୍ପନା
କବି ମନ ଅନ ମନା।କୃଷ୍ଣ ଚୂଡ଼ା ଏବଂ ତାର ରଙ୍ଗ ଭିନ୍ନ ଏବଂ ନିଆରା,ପ୍ରେମରେ ଭକ୍ତିରେ ସ୍ନେହରେ ସମସ୍ତଙ୍କୁ ଆପଣେଇ ନେବାରେ ସତେ ଯେମିତି ଏହି କୃଷ୍ଣ ଚୂଡ଼ାର ଜନ୍ମ।କୃଷ୍ଣ ଚୂଡ଼ା କବି ର ପ୍ରାଣକୁ ଆନ୍ଦୋଳିତ କରିବା ପାଇଁ ଏକ ସୁନ୍ଦର ଫୁଲ ଟିଏ।ବୈଶାଖ ର ତାତିରେ କୃଷ୍ଣ ଚୂଡ଼ା ଆହୁରି ଲାଲ ହୋଇ ଚାରିଆଡେ ବିଛାଡି ହୋଇ ପଡି ତାର ସୌନ୍ଦର୍ଯ୍ୟ ଓ ତାର ରୂପରେ ଏହି ଜଗତକୁ ବିମୋହିତ କରିଦେଉଛି।ଦିନ ବଢିବା ସହ ଖରାରେ ଖିଲି ଖିଲି ହୋଇ ହସୁଛି।ଏହି କୃଷ୍ଣ ଚୂଡ଼ା ପ୍ରଚଣ୍ଡ ଖରାରେ ସେ ଆସିଛି ନାଲି ଟୁକୁଟୁକୁ ସାଧବ ବହୁ ଭଳି।
ଅନ୍ୟ ଫୁଲ ଭଳି ତା ଭାଗ୍ୟରେ ନାହିଁ।ଭଗବାନଙ୍କ ଚରଣରେ ଲାଗିବା ପାଇଁ।କିନ୍ତୁ ଆଶ୍ଚର୍ଯ୍ୟ କଥା ତା ନା ସହ ଈଶ୍ୱରଙ୍କ ର ନାମ ଯୋଡି ଦିଆଯାଇଛି।ବାସ୍ତବିକ ପ୍ରାକୃତିର ଏକ ଅନନ୍ୟ ଉପହାର ହେଉଛି ଏହି କୃଷ୍ଣ ଚୂଡ଼ା।ତାର ରଙ୍ଗରେ ରୂପରେ ସମସ୍ତଙ୍କୁ ଆପଣାର କରିଥାଏ