ଜଳିଗଲା ଘର… ପୋଡ଼ିଗଲା ଧାନ ବିକ୍ରି ଟଙ୍କା।
ଅଗ୍ନିକାଣ୍ଡ ଘଟି ଜଳିଗଲା ଘରର ବସ୍ତା ବସ୍ତା ଧାନ ଚାଉଳ ସହ ସୁନା ଗହଣା,ଆସବାପତ୍ର ଏବଂ ଧାନ ବିକ୍ରି ଟଙ୍କା ।ଦେଖିଲେ ଆପଣଙ୍କ ଛାତି ଫାଟିଯିବ । କିଛି ବି ଘର ଭିତରୁ କାଡିପାରିଲେ ନାହିଁ |ବ୍ୟାଙ୍କରୁ ଲୋନ ଆଣି ରଖିଥିବା ସବୁ ଟଙ୍କା ମଧ୍ୟ ଜଳି ପାଉଁଶ ହୋଇଗଲା |
ସିମୁଳିଆ ଥାନା ଅବଜୁଣା ପଞ୍ଚାୟତ ସୋମନାଥପୁର ସୁଇ ସାହି ଗୟାଧର ସ୍ୱାଇଁଙ୍କ ଘରେ ବିଳମ୍ବିତ ରାତିରେ ହଠାତ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରଖର ଏତେ ମାତ୍ରାରେ ଥିଲା ଯେ ଚାହୁଁ ଚାହୁଁ ୪ ବଖରା ସମ୍ପୂର୍ଣ୍ଣ ଜଳି ଗଲା |ଘରେ ରଖିଥିବା ଧାନ ଚାଉଳ,ଆସବାବପତ୍ର, ଗହଣା ସମେତ ୨ ଦିନ ପୂର୍ବରୁ ବ୍ୟାଙ୍କରୁ ଲୋନ ଆଣିଥିବା ୫୦ ହଜାର ଏବଂ ଧାନ ବିକ୍ରି କରି ରଖିଥିବା ୩୨ ହଜାର ଟଙ୍କା ଜଳିପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟଲୋକେ ନିଆଁକୁ ଆୟତ୍ତ କରିବାକୁ ଯାଇ ତୁରନ୍ତ ଅଗ୍ନିଶମ ବାହିନୀକୁି ଖବର ଦେଇଥିଲେ ।
ଖବର ପାଇ ଅଡ଼ା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ.କିନ୍ତୁ ସେତେବେଳକୁ ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲା ।ଏବେ ବ୍ୟାଙ୍କ ଋଣ ଟଙ୍କା କେମିତି ସୁଝିବେ ତାକୁ ନେଇ ଚିନ୍ତାରେ ପରିବାର.ଜୀବନ କାଳ ମଧ୍ୟରେ ଖଟି ଖଟି ଯାହା କିଛି ସଂଚୟ କରିଥିଲେ ସବୁତକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି ଆଉ ସେହି ପାଉଁଶ ଭିତରୁ ହରାଇଥିବା ମୂଲ୍ୟବାନ ଜିନିଷ ଏବଂ ଟଙ୍କାକୁ ଖୋଜୁଛନ୍ତି ପରିବାର ଲୋକ।