ନାଗରାଜଙ୍କ ଆଶୀର୍ବାଦରୁ ଜୀବନ ବଞ୍ଚିଗଲା ଯୁବତୀଙ୍କର l ହଁ ଆଜ୍ଞା କଥାଟା ଶୁଣିବାକୁ ଅଡୁଆ ଲାଗିପାରେ କିନ୍ତୁ ବାସ୍ତବ l ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବାରିପଦା ସହରରେ l ସ୍କୁଟି ହେଣ୍ଡେଲ ଭିତରେ ଲୁଚି ରହିଥିଲା ବିଷଧର ନାଗ ସାପ । ଆଉ ଗାଡ଼ି ଷ୍ଟାର୍ଟ କରିବା ସମୟରେ ହଠାତ୍ ଫଣା ଟେକି ଉଭା ହେଲେ ନାଗରାଜ ମାନେ ଗୋଖର ସାପ। ଏହି ପ୍ରଜାତି ମଧ୍ୟ ସବୁଠାରୁ ବିଷାକ୍ତ ସାପ ମଧ୍ୟରୁ ଗୋଟିଏ l ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ବଡ଼ବଜାର ଅଞ୍ଚଳରେ।
ତେବେ ସୌଭାଗ୍ୟବଶତଃ ଜଣେ ଯୁବତୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ତେଵେ ଯୁବତୀ ଜଣକ ନିଜ ଏକ୍ଟିଭା ସ୍କୁଟି ଧରି ବଜାରକୁ କିଛି କିଣାକିଣି କରିବା ପାଇଁ ଆସିଥିଲେ। ବଡ଼ଦାଣ୍ଡ ରାସ୍ତାରେ ଗାଡ଼ି ରଖି ଦୋକାନକୁ ଯାଇଥିଲେ। କାମ ସାରି ଫେରିବା ପରେ ଯେତେବେଳେ ଗାଡ଼ି ଷ୍ଟାର୍ଟ କରିବା ପାଇଁ ଚାବି ଲଗାଇବାକୁ ଯାଉଥିଲେ, ସେହି ସମୟରେ ହେଣ୍ଡେଲ ଭିତରୁ ଏକ ବିଶାଳ ନାଗସାପ ଫଣା ଟେକି ବାହାରି ଆସିଥିଲା। ସାପଟିକୁ ଦେଖି ଯୁବତୀ ଜଣକ ଭୟରେ ଚିତ୍କାର କରିଥିଲେ
ଯାହା ଶୁଣି ଆଖପାଖର ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ।
ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା। ହେଲ୍ପ ଲାଇନ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ସ୍କୁଟି ହେଣ୍ଡେଲ ଭିତରୁ ସାପଟିକୁ ବାହାର କରିଥିଲେ। ଉଦ୍ଧାର ହୋଇଥିବା ନାଗସାପଟିର ଲମ୍ବ ପ୍ରାୟ ୬ ରୁ ୭ ଫୁଟ ହେବ ବୋଲି ଜଣାପଡ଼ିଛି। ଯଦି ଯୁବତୀଙ୍କ ନଜର ସାପ ଉପରେ ପଡ଼ିନଥାନ୍ତା, ତେବେ ଏକ ବଡ଼ ଅଘଟଣ ଘଟିବାର ଆଶଙ୍କା ଥିଲା। ବର୍ତ୍ତମାନ ସାପଟିକୁ ଧରି ଜନବସତିଠାରୁ ଦୂର ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଛି l