Scb ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଯେଉଁଠି ନିଆଁରେ ପୋଡ଼ି ଯାଇ ଚାଲିଯାଇଛି ୧୦ ନୀରିହ ଜୀବନ । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ନିକଟରେ ଥିବା ବିଭିନ୍ନ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ରବିବାର ବିଳମ୍ବିତ ରାତିରେ ରାଜ୍ୟର ସବୁଠୁ ବଡ଼ ମେଡିକାଲ ଏସସିବିରେ ଲାଗିଥିଲା ନିଆଁ । ଏସ୍ସିବିର ଟ୍ରମା କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଆରମ୍ଭ କରିଥିଲେ ।
ଦୀର୍ଘ ସମୟର ପରିଶ୍ରମ ପରେ କିଛି ଲୋକଙ୍କୁ ଭୟାବହ ଅଗ୍ନିକାଣ୍ଡ ଭିତରୁ କିଛି ଲୋକଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତବେଳେକୁ ହୋଇସାରିଥିଲା ବହୁ ବିଳମ୍ବ । ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ପଠାଇଯାଇଛି । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟ ସର୍ଟିକରୁ ନିଆଁ ଲାଗିଥିବା ସୂଚନା ମିଳିଛି ।
ଅନ୍ୟପଟେ ଏସ୍ସିବିରେ ନିଆଁ ଲାଗିବା ଘଟଣା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁରା ସ୍ଥିତିର ତଦାରଖ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହିତ ମୃତାହତଙ୍କ କ୍ଷତିପୂରଣ ଘୋଷଣା ମଧ୍ୟ କରିଛନ୍ତି । ଆହତଙ୍କ ଲାଗି ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୃତକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୃତ୍ୟୁକ ହେଲେ ରମେଶ ଚନ୍ଦ୍ର ପରିଡା, ଦଶୁ ମୁଣ୍ଡ, Md 9,ଗୌରାଙ୍ଗ ଚରଣ ନାୟକ, S k ଅବଦୁଲ,ମଦୁସୁଦନ ଦଳାଇ,କୃଷ୍ଣ ଚନ୍ଦ୍ର ଦାସ, ରବୀନ୍ଦ୍ର ବିଶ୍ୱାଳ, ଛେରୁ ପରିଡା, ମେନକା ରାଉତ, ବୋଲି ଜଣା ପଡିଛି