ଇଣ୍ଡେନ ଗ୍ୟାସ ନେବା ପାଇଁ ଯାଜପୁର ଗରିଆପୁର ଠାରେ ଗ୍ରାହକଙ୍କ ହଙ୍ଗାମା। ରାସ୍ତାରେ ଖାଲି ସିଲିଣ୍ଡର ଥୋଇ ଉପଭୋକ୍ତାଙ୍କ ପ୍ରତିବାଦ ଓ ରାସ୍ତାରୋକ। ଯୁଦ୍ଧ ପରିସ୍ଥିତି ପାଇଁ ସୃଷ୍ଟି ହୋଇଛି ଏଭଳି ଅବ୍ୟବସ୍ଥା। ଗରିଆପୁର ନିକଟରେ ଗ୍ୟାସ୍ ପାଇଁ ରାସ୍ତାରୋକ ଦେଇଛନ୍ତି ଉପଭୋକ୍ତା ।
ଇଣ୍ଡେନ ଗ୍ୟାସ୍ ମିଳୁନଥିବା ଅଭିଯୋଗରେ ଶତାଧିକ ଲୋକଙ୍କ ରାସ୍ତା ଉପରେ ରନ୍ଧନ ଗ୍ୟାସ୍ ଖାଲି ଟାଙ୍କି ରଖି ଅବରୋଧ କରିଛନ୍ତି। ଅନ୍ୟପଟେ ଗ୍ୟାସ ନଥିବା ଲେଖା ମାରି ବିରଜା ଇଣ୍ଡେନ ଗ୍ୟାସ ବିତରକ ତାର ବିତରଣ କେନ୍ଦ୍ର ବନ୍ଦ ରଖିଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।
ଅନ୍ୟ ଗ୍ୟାସ କମ୍ପାନୀ ଉପଭୋକ୍ତାଙ୍କୁ ଗ୍ୟାସ ଯୋଗାଉ ଥିବାବେଳେ ଇଣ୍ଡେନ କମ୍ପାନୀ ଗ୍ୟାସ ସିଲିଣ୍ଡର ଉପଭୋକ୍ତାଙ୍କୁ ଠିକ ସମୟରେ ଯୋଗାଉ ନଥିବାରୁ ଗ୍ରହକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।