ନବୀନଙ୍କ ରଣ ହୁଙ୍କାର। ବିଜେପି କୁ ଟାର୍ଗେଟ କରି ଧୋଇଦେଲେ ନବୀନ। ବିଜେଡିର ବିଶାଳ ଚାଷୀ ସମାବେଶରେ ଗର୍ଜିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଏ ସରକାର କରୁଛି କଣ ? ବିଜେପି ସରକାରର ଦୁଇ ବର୍ଷ ହେବାକୁ ଯାଉଛି । ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି ନା କିଛି କାର୍ଯ୍ୟକାରୀ କରୁଛନ୍ତି ।
ନିର୍ବାଚନ ସମୟରେ ବହୁତ ବଡ଼ ବଡ଼ କଥା କହି ଲମ୍ବା ଲମ୍ବା ପ୍ରତିଶୃତି ଦେଉଥିଲେ । ହେଲେ କିଛି ମିଳିଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ବଜେଟ ଓ କାଳିଆ ଯୋଜନା କରିଥିଲେ। ଜଳ ସେଚନ ବ୍ୟବସ୍ଥା କରିଥିଲେ। ହେଲେ ଏହି ଡବଲ ଇଂଜିନ ସରକାର କରୁଛି କଣ ? ସାର ମିଳୁନି, ଧାନ କିଣୁନାହାନ୍ତି ସରକାର, କଟନୀ ଛଟଣି ହେଉଛି । ଅଭିଯୋଗ କଲେ, ଚାଷୀ ମିଛ କହୁଛନ୍ତି ବୋଲି ସରକାର କହୁଛନ୍ତି ।
ଭୁବନେଶ୍ବର ଲୋୟର PMGରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ । ଚାଷୀଙ୍କ ସମସ୍ୟା ନେଇ ଦଳ ଚଳାଇଛି ବିକ୍ଷୋଭ। ଚାଷୀ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଭଳି ସଙ୍ଗୀନ ସମସ୍ୟାକୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ସମାବେଶରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି । ବହୁତ୍ ବଡ଼ ବଡ଼ କଥା କହୁଥିଲେ, କିନ୍ତୁ କିଛି ମିଳିଲା ନାହିଁ’ ।
ବିଜେଡି ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନା କରିଥିଲା, ହେଲେ ଡବଲ ଇଞ୍ଜିନ ସରକାର କିଛି କରିନି ବୋଲି କହିଛନ୍ତି ନବୀନ। ବିଜେଡି ଚାଷୀଙ୍କ ହକ୍ ପାଇଁ ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି । ଏପଟେ ବିଜେପି କହିଛି, ବିଜେଡିର ଦୋଷଦୁର୍ବଳତାକୁ ଲୋକେ ଜାଣିଯିବେ ବୋଲି ମିଛିମିଛିକା ହଙ୍ଗମା କରୁଛି।