ଏ କି ମା ସ୍ବାମୀ ସହିତ ଝଗଡା କରି ମାତ୍ର ଦେଢବର୍ଷର ପିଲାର ଜୀବନ ନେଇଗଲା ମା । ସ୍ବାମୀ ସହିତ ଝଗଡା କରିବା ପରେ ମହିଳା ଜଣକ ପିଲାକୁ ନେଇ ଦୁଇ ମହଲା କୋଠା ଉପରୁ ତଳକୁ ପକାଇଦେଇଛି । ଉତ୍ତରପ୍ରଦେଶ ହାପୁଡରେ ଛାତିଥରା ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ହାପୁଡରେ ନଗର କୋତିବାଲି ଅଞ୍ଚଳ ମୋହଲ୍ଲା ମଜିଦପୁରାରେ ରହୁଥିବା ୱାମିସ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ଦୁହିଁଙ୍କର ଦୁଇଟି ପିଲା ରହିଛି । ପ୍ରତିଦିନ ୱାମିସ ଘରକୁ ଆସିବା ପରେ ପତ୍ନୀ ଶବାନା ଝଗଡା କରୁଥିଲେ । ଗତକାଲି ମଧ୍ୟ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହାପରେ ଶବାନା ଘରର ଛାତ ଉପରକୁ ଚାଲିଯାଇଥିଲା । ସେଠାରେ ଦେଢବର୍ଷ ପୁଅ ବଡ଼ ଭାଇ ସହିତ ଖେଳୁଥିଲା । ଏହା ଦେଖି ମହିଳା ଜଣକ ପିଲାକୁ ଟେକି ଆଣି ଛାତରୁ ଫିଙ୍ଗିଦେଇଥିଲେ ।
ସ୍ଥାନୀୟ ଲୋକ ତୁରନ୍ତ ଆସି ପିଲାଟିକୁ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ତା’ର ଜୀବନ ଚାଲିଯାଇଥିଲା । ଘଟଣା ପରେ ୱାସିମ ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ । ସୂଚନା ମିଳିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମହିଳାକୁ ଗିରଫ କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ପୋଲିସ ଘଟଣାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ତେବେ ପିଲାଟି ଛାତ ଉପରୁ ଖେଳୁଥିବା ବେଳେ ଖେଳୁ ଖେଳୁ ତଳକୁ ଖସିପଡିଥିବା ସନ୍ଦେହ କରାଯାଉଛି । ପୋଲିସ ପିଲାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।