ଚଳ ଚଞ୍ଚଳ ଦୁନିଆ ରେ ସମସ୍ତେ ନିଜ ନିଜର ବ୍ୟକ୍ତି ଗତ କାର୍ଯ୍ୟ ରେ ସର୍ବଦା ବ୍ୟସ୍ତ ଥିବା ବେଳେ ସମୟ କିନ୍ତୁ କାହାକୁ ଅପେକ୍ଷା କରି ନ ଥାଏ। କେତେବେଳେ କାହା ପାଇଁ ସୁଖ ଆଣି ଦିଏ ତ କେତେବେଳେ ଦୁଃଖ। ଏମିତି ଏକ ଦୁଃଖଦ ଘଟଣା ଯାହା ଆଜି ଆମ୍ଭେ କହିବାକୁ ଯାଉଛୁ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ନାଲଗୁଣ୍ଡା
ପଞ୍ଚାୟତ ଇଟୁଆ ଗ୍ରାମ ର ଆନନ୍ଦ ଜେନା ବୟସ ପାଖାପାଖି ୪୫, ତିନୋଟି ଝିଅ, ସ୍ତ୍ରୀ କୁ ନେଇ ତାଙ୍କ ସଂସାର, ସୁଖ ଦୁଃଖ ରେ କାମ କରି ସଂସାର ଚଳନ୍ତି, ଏମିତି ସମୟ ରେ ଅଚାନକ ଏକ ଘଟଣା ଘଟେ,ଭୁବନେଶ୍ଵର ରେ କାମ କରୁଥିବା ଅବସ୍ଥାରେ ୨ମହଲା କୋଠ ଉପରୁ ପଡ଼ିମେରୁଦଣ୍ଡ ରେ ଆଘାତ ପାଇ ବିଭିନ୍ନ ଡାକ୍ତର ଖାନା ରେ ଚିକିତ୍ସା ହେବା ପରେ ଅର୍ଥ ଅଦ୍ଭାବରୁ ଅସହାୟ ଅବସ୍ଥା ରେ ଘରେ ଅଛନ୍ତି ।
ଠିକ୍ ଏହି ସମୟ ରେ ଖବର ପାଇ ରମାକାନ୍ତ ସେବା ଫାଉଣ୍ଡେସନର ଅଧ୍ୟକ୍ଷ ରତିକାନ୍ତ ପ୍ରଧାନ ଓ ସଦସ୍ୟ ମାନେ ସେଠାରେ ପହଞ୍ଚି ତାଙ୍କୁ ଶୁଖିଲା ଖାଦ୍ୟ, ଆବଶ୍ୟକୀୟ ସାମଗ୍ରୀ, ଆର୍ଥିକ ରାଶି, ପ୍ରଦାନ କରିଛନ୍ତି। ତାଙ୍କର ତିନି ପିଲା ଙ୍କ ପଢ଼ା ଦାୟିତ୍ଵ ନେଇ ଏକ ବର୍ଷ ଯାଏଁ ମାସିକ ଏକ ହଜାର ଆର୍ଥିକ ରାଶି ପ୍ରଦାନ କରିବେ ବୋଲି କହିଛନ୍ତି ସେବା ଫାଉଣ୍ଡେସନ ନେଇଥିବା ମୁଖ୍ୟ ରତିକାନ୍ତ ପ୍ରଧାନ ।