ଝିଅକୁ ପ୍ରେମ ନିବେଦନ କରିଥିବା ନେଇ ଯୁବକକୁ ପିଟି ପିଟି ମାରିଦେଲେ ଝିଅ ଘର ପରିବାର ଲୋକେ, ଶଳାକୁ ପିଟି ପିଟି ମାରିଦେଇଥିବା ନେଇ ଭିଣେଇର ସିମୁଳିଆ ଥାନାରେ ଅଭିଯୋଗ l ସୂଚନାରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ସୁଦର୍ଶନ ସୂତାରଙ୍କ ପୁଅ ସୁବାଷ (40)ବର୍ଷ ସେହି ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତର ବିରବ୍ରହ୍ମପୁର ଗ୍ରାମର ଭଗବାନ କର ଝିଅକୁ ସୁବାସ ମୋବାଇଲରେ ପ୍ରେମ ନିବେଦନ କରିଥିବା ନେଇ ଜାଣିପାରି ଉତ୍ତକ୍ଷିପ୍ତ ହୋଇ ସୁବାସକୁ ଗାଡି ସାହାଯ୍ୟରେ ଘରୁ ଟେକି ନେଇ ବିରବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି ପକ୍କା ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରିଥିଲେ l ସୁବାସର ଅବସ୍ଥା ଗୁରୁତର ହେବାରୁ ସିମୁଳିଆ ଥାନାକୁ ଆଣିଥିଲେ l
ସୁବାସ ଅବସ୍ଥା ଗୁରୁତର ଥିବା ଜାଣି ପୋଲିସ ସେମାନଙ୍କୁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ l ଅବସ୍ଥା ଶଙ୍କଟାପନ୍ନ ଦେଖି ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ l ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏ ସଂକ୍ରାନ୍ତରେ ସୁବାସର ଭିଣେଇ ଭବେଶ ନାୟକ ଶଳା ସୁବାସକୁ ଭଗବାନ କର ଓ ତାର ଭଣଜା ପିଟି ପିଟି ମାରିଦେଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଭଣଜାକୁ ଅଟକ ରଖି ତଦନ୍ତ ଜାରୀ ରଖିଥିଲେ l
ପରେ ବାଲେଶ୍ୱର ସାଇଣ୍ଟିଫିକ ଟିମ ଆସି ଏଭଳି ମର୍ମସ୍ପର୍ଶୀ ଘଟଣାର ତଦନ୍ତ କରି ଫେରି ଯାଇଥିବା ଜଣାଯାଇଛି l ତେବେ ସିମୁଳିଆ ପୋଲିସ 163/26ମୂଳେ ମାମଲା ରୁଜୁ କରି ଭଗବାନ କର ଓ ଭଣଜା ରଞ୍ଜନ କୁମାର ଦାସକୁ ଗିରଫ କରିଥିବା ଜଣାଯାଇଛି l ତେବେ କାହିଁକି ଏଭଳି ଘଟଣା ଭିଆଇଲେ ଝିଅର ପରିବାର ଲୋକେ ଘଟଣାର ଅଧିକ ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣା ପଡିବ l