ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛେ । ଆପଣକୁ ହୁଏତ କେବେ ଅପରିଚିତ ମୋବାଇଲ ନମ୍ବର ରୁ ଭିଡିଓ କଲ୍ ଆସିଥାଇପାରେ ନଚେତ୍ ଭବିଷ୍ୟତରେ ରେ ମଧ୍ୟ ଆସିପାରେ ।
ତେବେ କଣ ଏହି ଭିଡିଓ କଲ୍ ର ରହସ୍ୟ କିଏ କରୁଛି ଏହି କଲ୍ ଆସନ୍ତୁ ଜାଣିବା ,ତେବେ ଦର୍ଶକବନ୍ଧୁ ଭାରତରେ କିଛିଟା ଠକମାନେ ବ୍ୟାପିଛନ୍ତି ଯେଉଁମାନେ କିଛି ଲୋକମାନଙ୍କୁ ଭିଡିଓ କଲ୍ କରି ସେମାନଙ୍କୁ ଲୁଟୁଛନ୍ତି
ତେବେ ଲୁଟୁଛନ୍ତି କିପରି , ଦର୍ଶକବନ୍ଧୁ ସେମାନେ ଯେଉଁ ଲୋକ ମାନକୁ ଭିଡିଓ କଲ୍ କରୁଛନ୍ତି ସେମାନେ କଲ୍ ଉଠାଇବା ମାତ୍ରେ ଜଣେ କେହି ଝିଅ ସେହି ଭିଡିଓ କଲ୍ ରେ କିଛି ଖରାପ କାମ କରିବାର ଦେଖାଯାଉଚି। ପରେ ପରେ କିଛି ସେକଣ୍ଡ ମଧ୍ୟରେ ଭିଡିଓ କଲ୍ ଟି କଟି ଯାଉଚି।
ଏହା ପରେ ସେହି ନମ୍ବର ରୁ କିମ୍ବା ଅନ୍ୟ ଏକ ନମ୍ବରରୁ ଧମକ ଆସୁଛି କି ” ଆମେ ଆପଣଙ୍କ ଭିଡିଓ କରିଦେଇଚୁ ଏହି ଭିଡିଓକୁ ସବୁ social media ରେ ଅପଲୋଡ କରିଦେବୁ ଜଦି ଆପଣ ଆମକୁ କିଛି ଟଙ୍କା ଦେବେ ତେବେ ଆମେ ଏହି video ଟିକୁ delete କରିଦେବୁ ନଚେତ୍ ଆପଣଙ୍କ ଭବିଷ୍ୟତ ନଷ୍ଟ କରିଦବୁ ” । ଏବଂ ଆପଣକୁ କୌଣସି ପୋଲିସଙ୍କର ମଧ୍ୟ କଲ୍ ଆସିପାରେ ତେବେ ଏହି ପୋଲିସମାନେ ବି ସେମାନେ ହିଁ ମିଛଟାରେ କଲ୍ କରନ୍ତି ଆପଣକୁ ଡ଼ରାଇବା ପାଇଁ ଏମାନେ ସତ ପୋଲିସ ନୁହଁନ୍ତି।
ତେବେ ଦର୍ଶକବନ୍ଧୁ ଏହି ସମୟରେ ଆପଣ ଡରିକି ପଇସା ଦେଇଦବା ହେଉଛି ଭୁଲ କାରଣ କୌଣସି social media ରେ ଏହି ଭଳି ଭିଡିଓ ଅପଲୋଡ କରିବାର କୌଣସି guidelines ନାହିଁ। ଏ ସବୁ କେବଳ ଆପଣ ମାନକୁ ଡ଼ରାଇବା ପାଇଁ ସେମାନେ କହୁଛନ୍ତି । ଆପଣ ଜଦି ଥରେ ମାତ୍ର ସେମାନଙ୍କୁ ପଇସା ଦେଇଦେବେ ତାହେଲେ ସେମାନେ ଆହୁରି ଆପଣକୁ ପଇସା ମାଗିବେ କିନ୍ତୁ ଭିଡିଓ କୁ delete କରିବେ ନାହିଁ ।
ତେବେ ଏହି ଭଳି ଜଦି କୌଣସି ଭିଡିଓ କଲ୍ ଆସେ ତେବେ ଦର୍ଶକବନ୍ଧୁ କୌଣସି ଚିନ୍ତା ନ କରି କୌଣସି ପଇସା ସେମାନଙ୍କୁ ନ ଦେଇ ଯଥା ଶୀଘ୍ର ପାଖ ପୋଲିସ ଷ୍ଟେସନ ରେ ଜାଣନ୍ତୁ।