ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଢ଼, ଗଡ଼ପୋଖରୀ, କବର ଓ କେନ୍ଦୁଭଦଳୀ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୭୦ ଲିଟର ଦେଶୀ ରନ୍ଧା ମଦ ଓ ୫.୪୦୦ ବିଦେଶୀ ମଦ ଜବତ କରିବା ସହିତ ଗଢ଼ ଗ୍ରାମର ସୁରେନ୍ଦ୍ର ବେହେରା, ଗଡ଼ପୋଖରୀ ଗ୍ରାମର ଅନ୍ତର୍ଯ୍ୟାମୀ ନନ୍ଦୀ, କେନ୍ଦୁଭଦଳୀ ଗ୍ରାମର ରାଜେନ୍ଦ୍ର ଚୌଧୁରୀ ଓ କବର ଗ୍ରାମର ମାଳତୀ ବାରିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l
ଜବତ ହୋଇଥିବା ଦେଶୀ ଓ ବିଦେଶୀ ମଦର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା, ମାନସ କୁମାର ମିଶ୍ର ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ, ତପନ କୁମାର ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।