ଖାଇପିଇ ଶୋଇଯିବା ପରେ ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଆସି ଘର କବାଟ ଲକ କରି ଟଙ୍କା ସମେତ ଅଳଙ୍କାର ଓ କଂସା ପିତ୍ତଳ ବାସନ କୁସନ ସବୁ କଳାକନା ବୁଲାଇ ଦେଇଛନ୍ତି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ ଜାମ୍ମୁଝାଡ଼ି ପଞ୍ଚାୟତର ଜାମ୍ମୁଝାଡ଼ି ଗ୍ରାମର ରମେଶ ବେହେରାଙ୍କ ସ୍ତ୍ରୀ ଶ୍ରୀମତୀ ସୁବାସିନୀ ବାରିକ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ଗତକାଲି ଅତ୍ୟଧିକ ଗରମ ହେତୁ କୋଠାଘର ନ ଶୋଇ ଏଯବେଷ୍ଟ ଘର ଶୋଇଥିଲେ l
ବିଳମ୍ବିତ ରାତିରେ ଶୋଇଥିବା ଘରକୁ ଚାବି ପକାଇ ଦେଇ କୋଠାଘର ତାଲା ଓ ଗଡ଼ରେଜ ଭାଙ୍ଗି ସେଥିରେ ଥିବା ଦଶ ହଜାର ଟଙ୍କା, କଂସା, ପିତ୍ତଳର ବାସନକୁସନ ନେଇ ଯାଇଥିଲେ l ସକାଳ ନିଦ ଭାଙ୍ଗିବାରୁ ବାହାର ପଟୁ ଚାବି ଦିଆଯାଇଥିବା ପଡୋଶୀଙ୍କୁ ଫୋନ କରିଥିଲେ l ପଡୋଶୀ ଚାବି ଖୋଲିବା ପରେ କୋଠାଘର ଚୋରୀ ହୋଇଥିବାର ଯାଇବାକୁ ପାଇଥିଲେ l ସେହିପରି ସେହି ଗାଁର ଚନ୍ଦ୍ରମଣି ରାଉଳ ଜାମ୍ମୁଝାଡ଼ିରେ ଏକ ଭଡା ଘରେ ରହୁଥିଲେ l
ସେ ନିଜ ଘର କେଉଁଝର ଜିଲ୍ଲା ନନ୍ଦିପଦା ଥାନା ତମ୍ପାଳାକୁ ଯାଇଥିଲେ l ଦୁର୍ବୁର୍ତ୍ତ ମାନେ ଘର ସ୍କାଏ ଲାଇଟ ଭାଙ୍ଗି ଘରେ ପଶି ନଗଦ 19ହଜାର ଟଙ୍କା, ସ୍ତ୍ରୀର ଗହଣା, ପୁଅ ଟିଫିନ ବାକ୍ସ ଭାଙ୍ଗି 4ହଜାର ଟଙ୍କା ଚୋରୀ କରି ନେଇଥିବାର ସିମୁଳିଆ ଥାନରେ ଅଭିଯୋଗ କରିଥିଲେ l ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାଯାଇଛି l