ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ରାମ୍ପୋ , ଦୀପରାଧାବଲ୍ଲଭପୁର, ମହାନ୍ତିପୋଖରୀ ଓ କୁଆଗଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇ ୧୩୫ ଲିଟର ଦେଶୀ ରନ୍ଧା ମଦ ଓ ୯.୭୫୦ ଲିଟର ବିଅର ଜବତ କରାଯିବା ସହିତ ରାମ୍ପୋ ଗ୍ରାମର ସଞ୍ଜୟ ମୁର୍ମୁ , ଦୀପରାଧାବଲ୍ଲଭପୁର ଗ୍ରାମର ଭାରତୀ ମଳିକ , ମହାନ୍ତିପୋଖରୀ ଗ୍ରାମର ପଦ୍ମିନୀ ସିଂ ଓ ବିନାୟକପୁର ଗ୍ରାମର ଅବିନାଶ ବେହେରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।