ଯୁଗେ ଯୁଗେ ପ୍ରେମ ସ୍ୱତନ୍ତ୍ରତା ବଜାୟ ରଖିଆସିଛି l ଥରେ ପ୍ରେମରେ ପଡିଗଲେ ରଙ୍ଗୀନ ହୋଇଯାଏ ସାରା ଦୁନିଆଁ l ବସନ୍ତ ବଦଳରେ ଶରତ ଋତୁରେ ବି ପତର କଅଁଳେ l ହେଲେ ଉଭୟଙ୍କ ମାନସିକତାକୁ ବୁଝିବା ବଦଳରେ ସମାଜ ଆଖିରେ ପ୍ରେମିକ ପ୍ରେମିକା ସବୁବେଳେ ଅସ୍ପୃଶ୍ୟ ରହି ଆସିଛନ୍ତି, ଯାହା କାହାକୁ ଅଛପା ନାହିଁ l ହେଲେ ଏଠି ଆମେ କହୁଛୁ ଭିନ୍ନ ଏକ ପ୍ରେମୀ ଯୁଗଳଙ୍କ କଥା l ଏଠାରେ ପ୍ରେମୀ ଯୁଗଳ ପ୍ରେମକୁ ରୂପ ଦେବା ପାଇଁ ଏକ ଲଜରେ ରୁମ ନେଇଥିଲେ l
ଆଉ ସ୍ଥାନୀୟ ଲୋକମାନେ ଏହି ପ୍ରେମୀ ଯୁଗଳଙ୍କୁ ଲଜରୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ l ଯାହା ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ପଣ୍ଡାବିଲା ଗ୍ରାମରେ ଥିବା ଶାନ୍ତି ହୋଟେଲ ନାମକ ଏକ ଲଜରୁ ସାମ୍ନାକୁ ଆସିଛି l ଦୁଇଜଣ ପ୍ରେମୀ ଯୁଗଳଙ୍କୁ ସନ୍ଦେହଜନକ ପରିସ୍ଥିତିରେ ଗ୍ରାମବାସୀମାନେ ଧରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି l
ସ୍ଥାନୀୟ ଲୋକେ ପ୍ରେମୀ ଯୁଗଳଙ୍କୁ ଧରି ପରେ ରରୁଆଁ ପୋଲିସ ହାତରେ ଟେକି ଦେଇଥିଲେ।
ବର୍ତ୍ତମାନ ପୋଲିସ ଦୁଇଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ଜଣାପଡ଼ିଛି ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଲଜରେ ପୂର୍ବରୁ ମଧ୍ୟ ପ୍ରେମୀଯୁଗଳ ଆସି ରହୁଥିବା ସୂଚନା ମିଳିଛି। ଏହାକୁ ଆଧାର କରି ପୋଲିସ ପକ୍ଷରୁ ଲଜରେ ଚଢ଼ାଉ ଜାରି ରହିଛି। ତେଵେ ଏହି ଚର୍ଚ୍ଚିତ ଘଟଣାକୁନେଇ ପୋଲିସ କଣ ପଦକ୍ଷେପ ଗ୍ରହଣ କରିବ, ସେଥିପାଇଁ ଅପେକ୍ଷା ଜାରି ରହିଛି।