ଟ୍ରାକ୍ଟର ଚୋରି ଘଟଣା, ଚୋରି ଟ୍ରାକ୍ଟର ଜବଦ,ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ସାମ୍ବାଦିକ ସମ୍ମିଳନୀରେ ପୋଲିସର ସୁଚନା। ସୁଚନା ଅନୁସାରେ ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ସେତପୁରା ଗ୍ରାମର ଗୀତାରାଣୀ ଦାସଙ୍କର ୨୦୨୬ ଜାନୁୟାରୀ ୧୪ ରେ ଆଇଚର କମ୍ପାନୀର ଏକ ଟ୍ରାକ୍ଟର ଚୋରି ହୋଇଥିବା ନେଇ ବାଲିଆପାଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।
ପୋଲିସ କେସ ନମ୍ବର ୧୪୨/୨୬ ମୂଳେ ମାମଲା ରୁଜୁ କରି ତଦନ୍ତ ଜାରିରଖିଥିଲା। ଗୁରୁବାର ପୋଲିସ୍ ଫୁଲାଡି ଅଞ୍ଚଳରୁ ଟ୍ରାକ୍ଟର ଜବଦ କରିବା ସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।ଏହି ଘଟଣାରେ ସଂପୃକ୍ତ ଥିବା ତିନି ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ହିମାଂଶୁ ପାତ୍ର ,ବାମପଦା ଅଞ୍ଚଳର ଦିପକ ପାତ୍ର, ସରସ୍ଵତୀ ପୁର ଜୟଦେବ ମଣ୍ଡଳଙ୍କୁ ଶୁକ୍ରବାର ବାଲିଆପାଳ ପୋଲିସ କୋର୍ଟ ଚାଲାଣ କରିଛି। ଘଟଣା ସମ୍ପର୍କରେ ବାଲିଆପାଳ ପୋଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ବସ୍ତା ଏସଡିପିଓ ମାନସ ଦେଓ।
ଏହି ଘଟଣାରେ ଅନ୍ୟ ଗେଙ୍ଗଷ୍ଟାର ମାନଙ୍କର ହାତ ଥାଇ ପାରେ ବୋଲି ଆଶଙ୍କା ଥିବାରୁ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବାଲିଆପାଳ ପୋଲିସ।
ଏହି ସାମ୍ବାଦିକ ସମ୍ମିଳନୀରେ ଆଇଆଇସି ସାଲିଖାନ ମୁର୍ମୁ,ସବ୍ ଇନ୍ସପେକ୍ଟର ଶୁଭସ୍ମିତା ପାଳ ପ୍ରମୁଖ ଉପସ୍ଥିତ ଥିଲେ।