ଗରିବଙ୍କ ପେଟରେ ସରକାରଙ୍କ ଲାତ। ଚାଷୀଙ୍କୁ ରୋଜଗାର ଦେବା ବଦଳରେ କରୁଛନ୍ତି ହଇରାଣ। କାମଧେନୁ ଯୋଜନା ନେଇ ଅସନ୍ତୋଷ: ଲୋକେ କହୁଛନ୍ତି ଲାଭ ମିଳୁନି। ଓଡ଼ିଶାରେ ପଶୁପାଳନକୁ ବୃଦ୍ଧି କରିବା ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଆରମ୍ଭ କରିଥିବା କାମଧେନୁ ଯୋଜନା ନେଇ ବର୍ତ୍ତମାନ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା ଗୋପାଳନକୁ ପ୍ରୋତ୍ସାହନ ଦେଇ ଚାଷୀମାନଙ୍କ ଆୟ ବଢ଼ାଇବା, କିନ୍ତୁ ଅନେକ ଲାଭାନ୍ବିତ ଲୋକଙ୍କ ମତରେ ଯୋଜନାର ସୁବିଧା ସମୟରେ ମିଳୁନାହିଁ।
ଗ୍ରାମ ଅଞ୍ଚଳର କିଛି ଚାଷୀ କହୁଛନ୍ତି ଯେ, ଯୋଜନାରେ ଗୋଯାତ୍ରା କିଣିବା ପାଇଁ ଋଣ ଓ ସହାୟତା ଦେବାକୁ କୁହାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ପ୍ରକ୍ରିୟା ଜଟିଳ ହୋଇପଡ଼ିଛି। କାଗଜପତ୍ର ଯାଞ୍ଚ, ବ୍ୟାଙ୍କ ଅନୁମୋଦନ ଓ ଅନ୍ୟାନ୍ୟ ନିୟମ ପାଳନ କରିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କେତେକ ଲାଭାନ୍ବିତ ଲୋକ ଏହାମଧ୍ୟ କହିଛନ୍ତି ଯେ ଯୋଜନାର ଅନୁଦାନ ଟଙ୍କା ସମୟରେ ମିଳୁନାହିଁ, ଯାହା ଫଳରେ ସେମାନେ ଗୋପାଳନ ଆରମ୍ଭ କରିବାରେ ଅସମର୍ଥ ହେଉଛନ୍ତି। ଅନ୍ୟପଟେ କିଛି ସ୍ଥାନରେ ସଠିକ୍ ସୂଚନା ନମିଳିବା ଓ ସଚେତନତା ଅଭାବ ମଧ୍ୟ ଏକ ବଡ଼ ସମସ୍ୟା ହୋଇଛି। ଆଉ ସବୁଠାରୁ ବଡ କଥା ହେଲା ହଜାର ହଜାର ଟଙ୍କା ନେଉଛନ୍ତି ହେଲେ ଦେଉଛନ୍ତୁ ରୁଗୁଣ ଗାଈ। ଯାହା ଫଳରେ ମଧ୍ୟ୍ୟ ଗୋପାଳନ କରିବାରେ ଅସୁବିଧାର ସମୁଖୀନ ହେଉଛନ୍ତି ଲୋକେ। ଯେଉଁ ଗାଈ ର ମିଲ୍ୟ ୧୦ ହଜାର ସେହି ଗାଈକୁ ୭୦ ରୁ ୮୦ ହାଜରେ ବିକି ଲୋକଙ୍କୁ ଠକୁଛନ୍ତି ସରକାର ବୋଲି ମତ ଦେଉଛନ୍ତି ପଶୁପାଳକ।