ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମୁରୁଣା ଦୋଳ ମେଳଣରେ ଜଣେ ଯୁବକ food inspector ପରିଚୟ ଦେଇ fast food ଦୋକାନରେ ଖାଦ୍ୟ ଯାଞ୍ଚ କରିଥିଲେ। ପରେ ଏହି ଖାଦ୍ୟ ଲୋକଙ୍କୁ ଖାଇବାକୁ ଦେବକୁ ମନା କରିବା ସହ ଫିଙ୍ଗା ଫିଙ୍ଗ କରିଥିଲେ। ଯାହାକି କିଛି ଦୋକାନୀ ମାନେ ଉକ୍ତ ଯୁବକ ଜଣକ ନକଲି food inspector ବୋଲି ଜାଣିବା ପରେ ତାଙ୍କୁ ଅଟକାଇ ସିମୁଳିଆ ପୋଲିସକୁ ଖବର ଦେଇଥିଲେ।
କୌଣସି ପରିଚୟପତ୍ର କିମ୍ବା ସରକାରୀ କାଗଜପତ୍ର ନଥିବା ସତ୍ତ୍ୱେ ଜଣେ ବ୍ୟକ୍ତି ନିଜକୁ ଖାଦ୍ୟ ନିରୀକ୍ଷକ ବୋଲି ପରିଚୟ ଦେଇ ଉତ୍ସବ ପରିସରରେ ହଙ୍ଗାମା ସୃଷ୍ଟି କରିଥିବା ଅଭିଯୋଗ ଆସିଛି।
ଦର୍ଶକଙ୍କ କହିବା ଅନୁସାରେ, ବ୍ୟକ୍ତିଟି ଅଧିକାରୀ ଭଳି ଗମ୍ଭୀର ଚେହେରା ନେଇ ବିଭିନ୍ନ ଖାଦ୍ୟ ଦୋକାନକୁ ଯାଇ “ଖାଦ୍ୟ ପରୀକ୍ଷା” କରୁଥିବା ଦାବି କରିଥିଲେ। କିନ୍ତୁ ତାଙ୍କ ପାଖରେ ନ ଥିଲା କୌଣସି ଲ୍ୟାବ ସାମଗ୍ରୀ, ନ ସାମ୍ପଲ୍ ନେବାର ବ୍ୟବସ୍ଥା। ବଦଳରେ ଦୋକାନୀମାନଙ୍କ ସହ ତର୍କବିତର୍କ ଓ ଅସ୍ଥିରତା ସୃଷ୍ଟି ହୋଇଥିବା କୁହାଯାଉଛି।
ମେଲଣ ଉତ୍ସବକୁ ଆସିଥିବା ଲୋକମାନେ ଯେଉଁଠାରେ ଆନନ୍ଦ ଉପଭୋଗ କରୁଥିଲେ, ସେଠାରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇପଡ଼ିଥିଲା।
ଘଟଣା ବିଷୟରେ ସୂଚନା ପାଇ ସିମୁଳିଆ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୋଲିସ୍ ଯୁବକକୁ ଆଣି ପଚରଉଚରା ଜାରୀ ରଖିଛି