ବହୁ ପ୍ରତୀକ୍ଷାର ହେଲା ଅନ୍ତ,ଚେନାବ ନଦୀ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମଗ୍ର ବିଶ୍ୱର ଏହା ହେଉଛି ବଡ ବ୍ରିଜ ,କାଶ୍ମୀର ବାସୀଙ୍କ ଦୀର୍ଘ ସ୍ଵପ୍ନକୁ ସାକାର କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 46000 କୋଟି ଠାରୁ ମଧ୍ୟ ଅଧିକ ଟଙ୍କାରେ ନିର୍ମାଣ ହୋଇଚି ଏହି ବ୍ରିଜ ,359 ମିଟର ଉଚ୍ଚରେ ଏହି ଚେନାବ ରେଳ ସେତୁର ନିର୍ମାଣ କରାଯାଇଛି। 1315 ମିଟର ଏହାର ଲମ୍ବ ହୋଇଥିବା ବେଳେ ବାତ୍ୟା କି ଭୂମିକମ୍ପର ପ୍ରଭାବ ଏହି ସେତୁ ଉପରେ ପଡିବନି ବୋଲି କୁହାଯାଇଛି
ଏହାର ନିର୍ମାଣ କରିବା ପଛର କାରଣ ହେଉଛି ବିଶେଷ କରି ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ର ସୁବିଧା ହେବା ,ବ୍ରିଜ ଅତିକମରେ 120 ବର୍ଷ ତିଷ୍ଟି ରହିବ ବୋଲି ଆକଳନ କରାଯାଇଛି । ଦିଲ୍ଲୀର କୁତବମିନାର ଠାରୁ ଏହା 5 ଗୁଣ ଉଚ୍ଚ ହୋଇଥିବା ବେଳେ ପ୍ୟାରିସ ର ଆଇପିଲ ଟାୱାର ଠାରୁ ମଧ୍ୟ ଏହା ବହୁ ଗୁଣରେ ଉଚ୍ଚ ବୋଲି କୁହାଯାଇଛି।
28000 ମେଟ୍ରିକ ଟନ୍ ଇସ୍ପାତରେ ଏହା ନିର୍ମାଣ ହୋଇଥିବା ବେଳେ 266 କିଲୋମିଟରରେ ମଧ୍ଯ ପବନ ସହ୍ୟ କରିପାରିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେତୁ ର ଉଦଘାଟନ କରିବା ପରେ କାଶ୍ମୀରବାସୀ ତଥା ସମଗ୍ର ଭାରତବାସୀ ଏହାକୁ ନେଇ ଗର୍ବିତ