ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ କଂଗ୍ରେସ ପକ୍ଷ ରୁ ବିଧାୟକ ଅଶୋକ କୁମାର ଦାସ ଙ୍କ ନେତୃତ୍ବ ରେ ଶତାଧିକ ଲୋକ ସମାଗମ ରେ ବାସୁଦେବପୁର ତହସିଲ୍ କାର୍ଯ୍ୟାଳୟ ଆଗରେ ରେ ଅଭାବୀ ଧାନ ବିକ୍ରି, ଅଘୋଷିତ କଟଣି, ଛଟଣି,3169 ଟଙ୍କାରେ ଧାନ କିଣା, ବିଳମ୍ବ ପାଇଁ ଟୋକନ ରଦ୍ଦ, ସବୁ ଚାଷୀ ଙ୍କୁ ଠିକ୍ ଟାର୍ଗେଟ ପ୍ରଦାନ ଦାବି ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
।ଅଚ୍ୟୁତାନନ୍ଦ ପାଢୀ ଙ୍କ ସଂଯୋଜନାରେ ବ୍ଳକ୍ କଂଗ୍ରେସ ସଭାପତି ରମେଶ ବଳ, ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ନଗର କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ସୁବାସ ସନ୍ଧି ବିଗ୍ରହ, ମଞ୍ଜୁଲତା ପଣ୍ଡା, ଆଦିତ୍ୟ ଗିରି, ସୁଶାନ୍ତ ମହାକୁଡ଼, ସିଦ୍ଧାନ୍ତ ଦାସ, ଗୌରାଙ୍ଗ ପଣ୍ଡା, କ୍ଷେତ୍ର ମୋହନ ମହାକୁଡ଼ ଙ୍କ ସହ ବହୁ କଂଗ୍ରେସ କର୍ମୀ,ମହିଳା, ଯୁବ, କଂଗ୍ରେସ କର୍ମୀ, ଉପସ୍ଥିତ ରହି ଥିଲେ।
ଏହି ଅବସର ରେ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟ ରୁ ବାହାରି ବଜାର ପରିକ୍ରମା କରି ତହସିଲ ପରିସର ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।